ଓଡିଶା

odisha

ଶିକ୍ଷକ ବଦଳି ନେଇ ତାଲା, ଆନ୍ଦୋଳନରେ ଛାତ୍ରଛାତ୍ରୀ

By

Published : Oct 12, 2022, 5:12 PM IST

ଆଳି ବ୍ଲକ ବାଳକାଟି ପଞ୍ଚାୟତ ଅନ୍ତର୍ଗତ ରାଣୀପୋଖରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସେକ ଅଲସନ ଅଲ୍ଲୀଙ୍କୁ ଖଣ୍ଡିଆପାଟଣା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟକୁ ବଦଳିକୁ ନେଇ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆଳି ବ୍ଲକରେ ଶିକ୍ଷକ ବଦଳିକୁ ନେଇ ତାଲା, ଆନ୍ଦୋଳନରେ ଛାତ୍ରାଭିଭାବକ
ଆଳି ବ୍ଲକରେ ଶିକ୍ଷକ ବଦଳିକୁ ନେଇ ତାଲା, ଆନ୍ଦୋଳନରେ ଛାତ୍ରାଭିଭାବକ

କେନ୍ଦ୍ରାପଡ଼ା:ଶିକ୍ଷକ ବଦଳିକୁ ନେଇ ସ୍କୁଲରେ ପଡିଲା ତାଲା । ଆଖିରେ ଆଖିଏ ଲୁହ ଛାତିରେ ସମ୍ଭାଳି ହେଉନାହିଁ କୋହ । ବିଦ୍ୟାଳୟରୁ ଜଣେ ଶିକ୍ଷକ ବଦଳିକୁ ନେଇ ପ୍ରଥମେ କୋହଭରା କାନ୍ଦ ଆଉ ତାପରେ ତାଲାବନ୍ଦ ଆନ୍ଦୋଳନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଳି ବ୍ଲକ ବାଳକାଟି ପଞ୍ଚାୟତ ଅନ୍ତର୍ଗତ ରାଣୀପୋଖରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

ଆଳି ବ୍ଲକରେ ଶିକ୍ଷକ ବଦଳିକୁ ନେଇ ତାଲା, ଆନ୍ଦୋଳନରେ ଛାତ୍ରାଭିଭାବକ

ସୂଚନା ମୁତାବକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ଅଲସନ ଅଲ୍ଲୀଙ୍କୁ ଖଣ୍ଡିଆପାଟଣା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟକୁ ବଦଳିକୁ ନେଇ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ବଦଳିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ପାଠପଢା ବନ୍ଦ କରି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିସହ ଶିକ୍ଷକଙ୍କ ବଦଳି କରାଯାଇଥିବା ଖବର ପାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିରୋଧ କରିବା ସହିତ ଛାତ୍ରଛାତ୍ରୀ ମାନେ ଟିସି ନେଇ ଅନ୍ୟତ୍ର ଯିବାକୁ କହିଛନ୍ତି । ଏଥି ସହିତ ଅଭିଭାବକ ମାନେ ବିଦ୍ୟାଳୟରେ ସବୁଦିନ ପାଇଁ ତାଲା ପକାଇ ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅପର ପକ୍ଷରେ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 111 ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ନିମନ୍ତେ ମାତ୍ର ଦୁଇ ଜଣ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କୁ ସେଠାରୁ ବଦଳି କରାଇବା ଶିକ୍ଷା ବିଭାଗର କେଉଁ ପ୍ରକାରର ନୀତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ଆଳି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କାନ୍ତ ବିହାରୀଙ୍କୁ ଯୋଗାଯୋଗ କରା ଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ଶିକ୍ଷକ ଅଲସନ ଜଣେ ଛାତ୍ର ବତ୍ସଳ ଶିକ୍ଷକ ହୋଇଥିବା ବେଳେ ତାଙ୍କର ଏହି ହଠାତ ବଦଳିକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଛାତ୍ରାଭିଭାବକ। ଦଶହରା ଛୁଟି ଆଗରୁ ଏଭଳି ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହା ପ୍ରଶମିତ ହେବା ବଦଳରେ ପୁନରାୟ ଶିକ୍ଷକ ବଦଳି ଜିଲ୍ଲା ଶିକ୍ଷା ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details