ଓଡିଶା

odisha

ବନ୍ୟାରେ ପ୍ରଭାବିତ ପଟ୍ଟାମୁଣ୍ଡାଇ, ବାହ୍ୟ ଜଗତରୁ ବିଚ୍ଛିନ୍ନ ସିଂହଗାଁ

By

Published : Sep 16, 2021, 11:00 PM IST

ବନ୍ୟାରେ ପ୍ରଭାବିତ ପଟ୍ଟାମୁଣ୍ଡାଇ, ବାହ୍ୟ ଜଗତରୁ ବିଛିନ୍ନ ସିଂହଗାଁ
ବନ୍ୟାରେ ପ୍ରଭାବିତ ପଟ୍ଟାମୁଣ୍ଡାଇ, ବାହ୍ୟ ଜଗତରୁ ବିଛିନ୍ନ ସିଂହଗାଁ ()

ବ୍ରାହ୍ମଣୀ ଓ ତାର ଶାଖା ନଦୀ କାଣୀ ନଦୀରେ ଜଳ ସ୍ତର ବଢିବାରୁ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସମ୍ପୂର୍ଣ୍ଣ ପାଣି ଘେରରେ ଥିବାବେଳେ ପଟ୍ଟାମୁଣ୍ଡାଇ ବ୍ଲକର ସବୁଠୁ ଅବହେଳିତ ପଞ୍ଚାୟତ ସିଂହଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବିଶେଷ ପ୍ରଭାବିତ ହୋଇଛି । ବ୍ରାହ୍ମଣୀ ଓ ତାର ଶାଖା ନଦୀ କାଣୀ ନଦୀରେ ଜଳ ସ୍ତର ବଢିବାରୁ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସମ୍ପୂର୍ଣ୍ଣ ପାଣି ଘେରରେ ଥିବାବେଳେ ପଟ୍ଟାମୁଣ୍ଡାଇ ବ୍ଲକର ସବୁଠୁ ଅବହେଳିତ ପଞ୍ଚାୟତ ସିଂହଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି।

ବନ୍ୟାରେ ପ୍ରଭାବିତ ପଟ୍ଟାମୁଣ୍ଡାଇ, ବାହ୍ୟ ଜଗତରୁ ବିଛିନ୍ନ ସିଂହଗାଁ

ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ବିଭିନ୍ନ ଜାଗାରେ ଘାଇ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକକୁ ସଂଯୋଗ କରୁଥିବା ଅମୃତମଣୋହି ଛକ ନିକଟରେ କଂକ୍ରିଟ ପୋଲ ଭାସି ଯାଇଥିବା ବେଳେ ଏକ ୨୦ ଫୁଟର ଘାଇ ହୋଇଥିବାର ଦେଖିବାକୁ ମିଳିଛି । ବନ୍ୟାଜଳରେ କରୋନା ପାଇଁ ଆସିଥିବା ଚାଉଳ ଭାସି ଯାଇଥିବା ଦେଖିବାକୁ ମିଳିଛି ।

ସେପଟେ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟାଜଳ ଆସିଥିବାବେଳେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏକ ବଡ଼ ବନ୍ୟାର ମୁକାବିଲା ପାଇଁ କରାଯାଇଛି । ଜିଲ୍ଲାରେ ଦୁଇଟି ODRAF ଓ NDRF ଟିମ ମହଜୁଦ ରହିଥିବାବେଳେ ସମସ୍ତ ଅଗ୍ନିଶମ କାର୍ଯ୍ୟାଳୟ ଗୁଡିକୁ ଆଲର୍ଟ ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ଟିମ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details