ଓଡିଶା

odisha

ସରିନି ଫନି ପୁନଃଉଦ୍ଧାର କାମ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

By

Published : Aug 28, 2019, 10:26 PM IST

ବୁଧବାର କେନ୍ଦ୍ରାପଡ଼ା ସଦର ଥାନା କେଉଟଗଡ଼ ଗାଁର ଦେବେନ୍ଦ୍ର ନାୟକ  ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।  ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଏଯାଏଁ ସରିନି ବାତ୍ୟା ଫନି ପୁନଃଉଦ୍ଧାର କାର୍ଯ୍ୟ । ଫନିକୁ 3 ମାସ ପୂରି ଯାଇଥିଲେ ମଧ୍ୟ ଜିଲ୍ଲାରେ ବିଦ୍ୟୁତ ପୁନଃଉଦ୍ଧାର କାର୍ଯ୍ୟ ଶେଷ ହୋଇନାହିଁ । ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା କେଉଟଗଡ଼ ଗାଁରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ବୁଧବାର କେଉଟଗଡ଼ ଗାଁର ଦେବେନ୍ଦ୍ର ନାୟକ ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଗତ ବାତ୍ୟା ଫନି ପରେ କେଉଟଗଡ଼ ଗାଁରେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଠାରୁ ୩ଫୁଟ ଉଚ୍ଚରେ ଓହଳିଛି । କିନ୍ତୁ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ଖାମାଖିଆଲି ମନୋଭାବ ଯୋଗୁଁ ଏହି ଅସୁବିଧା ଏପର୍ଯ୍ୟନ୍ତ ଦୂର ହୋଇପାରିନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:28.08.2019
Radhakanta Mohanty,Kendrapada
Slug-od_kpr_03_electric shock_script_7204459
Anchor-ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର।କେନ୍ଦ୍ରାପଡ଼ା ସଦର ଥାନା କେଉଟଗଡ଼ ଗାଁର ଦେବେନ୍ଦ୍ର ନାୟକ ଆଜି ଅପରାହ୍ନରେ ବିଦ୍ୟୁତ ତାର ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଗତ ଫୋନି ସମୟରେ ବିଦ୍ୟୁତ ତାର ରାସ୍ତା ଠାରୁ ୩ଫୁଟ ଉଚ୍ଚରେ ରହିଛି।କିନ୍ତୁ ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ ଖାମାଖିଆଲି ମନୋଭାବ ଯୋଗୁଁ ଏହି ଅସୁବିଧା ଏପର୍ଯ୍ୟନ୍ତ ଦୂର ହୋଇପାରିନାହିଁ ଯେଉଁଥିପାଇଁକି ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ପଶୁପକ୍ଷୀ ମାନଙ୍କର ପ୍ରାଣହାନୀ ହେଉଥିବା ବେଳେ ବର୍ତ୍ତମାନ ଜନସାଧାରଣ ଏହାର ଶିକାର ହୋଇଛନ୍ତି।ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।Body:2Conclusion:3

ABOUT THE AUTHOR

...view details