ଓଡିଶା

odisha

ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା, ଚନ୍ଦ୍ରଗ୍ରହଣ କାରଣରୁ ଦିନରେ ପୂଜାର୍ଚ୍ଚନା

By ETV Bharat Odisha Team

Published : Oct 28, 2023, 5:43 PM IST

Updated : Oct 28, 2023, 6:44 PM IST

କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହେଲା ଧନଦାତ୍ରୀ ମା' ଗଜଲକ୍ଷ୍ମୀ ପୂଜା । ଚନ୍ଦ୍ରଗ୍ରହଣ କାରଣରୁ ଆଜି ଦିନରେ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

Maa Gaja Lakhsmi Puja
Maa Gaja Lakhsmi Puja

ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା, ଚନ୍ଦ୍ରଗ୍ରହଣ କାରଣରୁ ଦିନରେ ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା:ଆଜି (ଶନିବାର)ଠୁ ଆରମ୍ଭ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ ସାଆନ୍ତାଣୀ । ଏଥିପାଇଁ ଜିଲ୍ଲାର ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରର ଅନ୍ୟୁନ ୫୦ଟି ସାମୁହିକ ଓ ବ୍ୟକ୍ତିଗତ ମେଢଗୁଡ଼ିକରେ ପୁଜୋତ୍ସଵ ପାଳନ ପାଇଁ ପ୍ରସ୍ତୁତି କରାଯାଇଛି ।

ସହରରେ ଭଳିକିଭଳି ତୋରଣ ସାଙ୍ଗକୁ ସାଜସଜ୍ଜା । ଆସୁଛନ୍ତି ଧନଦାତ୍ରୀ ଦେବୀ ମା' ଗଜବାହିନୀ ଗଜଲକ୍ଷ୍ମୀ । କେନ୍ଦ୍ରାପଡା ସହର ସମେତ ଉପକଣ୍ଠରେ ୬୦ରୁ ଊର୍ଦ୍ଧ୍ବ ସ୍ଥାନରେ ଶନିବାର ସକାଳୁ ଆରମ୍ଭ ହୋଇଛି ଆବାହନ ପୂଜା । ତିନିମୁହାଣିଠାରେ ଦୀର୍ଘ ୧୧ ବର୍ଷ ଧରି ଅଜିତ ସାହୁ ନାମକ ବ୍ୟକ୍ତିଙ୍କ ଘରେ ମା'ଙ୍କୁ କୁମାରୀ ରୂପେ ପୂଜା କରାଯାଉଥିବା ବେଳେ ପ୍ରଥମ ଦିନ ନବକୁମାରୀ ପୂଜା କରି ଉକ୍ତ ବ୍ୟକ୍ତିଜଣଙ୍କ ଆରମ୍ଭ କରିଥାନ୍ତି ଗଣପର୍ବ । ନବକୁମାରୀ ପୂଜା କେବଳ ଦଶହରାରେ ସୀମିତ ନରହି ଲକ୍ଷ୍ମୀପୂଜାରେ ମଧ୍ୟ ସାମିଲ ହୋଇଥାଏ ।

ଏହା ବି ପଢନ୍ତୁ- Gajalaxmi Puja 2023: ରାତିପାହିଲେ ଗଜଲକ୍ଷ୍ମୀ ପୂଜା, ନୂଆବୋହୂ ଭଳି ସଜେଇ ହେଲାଣି ଢେଙ୍କାନାଳ

ଏହି ଅବସରରେ ୯ ଜଣ କୁମାରୀ ଝିଅଙ୍କୁ ପୂଜା ଓ ବନ୍ଦାପନା କରି ସେମାନଙ୍କ ମନଲାଖି ଉପହାର ଦିଆଯାଇଥାଏ ବୋଲି କହିଛନ୍ତି ଏହି ନବ କୁମାରୀ ପୂଜା କରୁଥିବା ବ୍ୟକ୍ତି । ଏଥିସହ ବୈଦିକ ବ୍ରାହ୍ମଣ ରୀତିରେ ପୂଜା କାର୍ଯ୍ୟ ସମାପନ ସହ ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ବନିରେ ମା'ଙ୍କୁ ପୂଜା କରାଯାଇଥାଏ । ତେବେ ଗତ ୨୦୨୦ ଓ ୨୦୨୧ ମସିହାରେ କୋଭିଡ ଯୋଗୁଁ ପୂଜା ପାଳନରେ ସାମାନ୍ୟ ମନ ଊଣା ରହିଥିବା ବେଳେ ଚଳିତବର୍ଷ ଯାକ ଜମକରେ ଆରମ୍ଭ ହେଉଛି ମା'ଙ୍କ ପୂଜା। ପାରମ୍ପରିକ ବାଦ୍ୟ ଢୋଲ, ମହୁରୀ, ଝାଞ୍ଜର ତାଳେ କୀର୍ତ୍ତନ କରି ମା'ଙ୍କର କଳସ ଶୋଭାଯାତ୍ରା ଆରମ୍ଭ ହୋଇଛି ଓ ଆବାହନ ପୂଜାକୁ ଅପରାହ୍ନ ୪ ଘଟିକା ସୁଦ୍ଧା ସମାପନ କରି ମା'ଙ୍କ ନିକଟରେ ପହଡ଼ ପଡିବ ବୋଲି କହିଛନ୍ତି ପୂଜା କମିଟି କର୍ମକର୍ତ୍ତା ।

ଏହା ବି ପଢନ୍ତୁ-Gajalaxmi Puja: ରାତି ପାହିଲେ ବିରାଜିବେ ଧନଦାତ୍ରୀ, ସଜେଇ ହେଲାଣି କେନ୍ଦ୍ରାପଡା

ଆଜି ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ରହିଥିବା କାରଣରୁ ସମସ୍ତ ପୂଜା ମଣ୍ଡପଗୁଡିକରେ ସକାଳ ସାଢେ ୯ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସହରର ପୁରୁଣା ବସଷ୍ଟାଣ୍ଡରେ ପୂଜା ପାଉଥିବାସ ଥାନପତି ମେଢ଼ରେ ମା'ଙ୍କୁ କୁମାରୀ ବେଶରେ ପୂଜା କରାଯାଉଥିବା ବେଳେ ଏଠାରେ ଅର୍ଦ୍ଧରାତ୍ରିରେ ପୂଜା କରିବା ବିଧି ଗ୍ରହଣ କାରଣରୁ ପାଳିତ ହୋଇ ପାରିନଥିବା କହିଛନ୍ତି କମିଟିର ସଭାପତି । ସେହିପରି ମା'ଙ୍କ ପାଖରେ ପହଡ଼ ଅପରାହ୍ନ ସାଢେ ୪ଟାରେ ପଡ଼ିବାକୁ ଥିବା ବେଳେ କାକଟ ମଙ୍ଗଳା କ୍ଲବରେ ପୂଜା ପାଉଥିବା ଲକ୍ଷ୍ମୀଙ୍କ ନିକଟରେ କେବଳ ଗ୍ରହଣ ସମୟରେ ହିଁ ପହଡ଼ ପଡିବ ବୋଲି କହିଛନ୍ତି ପୂଜକ ।

ଚଳିତବର୍ଷ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ଚାନ୍ଦି ମେଢ଼, ଡେକୋରେସନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲାବାସୀଙ୍କ ମନକୁ ଛୁଇଁବ ବୋଲି ଆଶା ରଖାଯାଇଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Oct 28, 2023, 6:44 PM IST

ABOUT THE AUTHOR

...view details