ଓଡିଶା

odisha

ଏକମାଣିଆ ବିଜୁ ସେତୁର ସମୀକ୍ଷା କଲେ ପାଣ୍ଡିଆନ

By ETV Bharat Odisha Team

Published : Dec 18, 2023, 7:58 PM IST

Pandian Kendrapara Visit: କେନ୍ଦ୍ରାପଡା ଗସ୍ତରେ ୫ଟି ଅଧ୍ୟକ୍ଷ । ସୁଦୃଢ଼ ହେବ ଆଳି ଓ ରାଜନଗର ବ୍ଲକର ସମ୍ପର୍କ । "ବିଜୁ ସେତୁ ଯୋଜନା" ସମୀକ୍ଷା କଲେ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

ଏକମାଣିଆ ବିଜୁ ସେତୁର ସମୀକ୍ଷା କଲେ "ଆମ ଓଡିଶା ନବୀନ ଓଡ଼ିଶା"ର ଅଧ୍ୟକ୍ଷ
ଏକମାଣିଆ ବିଜୁ ସେତୁର ସମୀକ୍ଷା କଲେ "ଆମ ଓଡିଶା ନବୀନ ଓଡ଼ିଶା"ର ଅଧ୍ୟକ୍ଷ

ଏକମାଣିଆ ବିଜୁ ସେତୁର ସମୀକ୍ଷା କଲେ "ଆମ ଓଡିଶା ନବୀନ ଓଡ଼ିଶା"ର ଅଧ୍ୟକ୍ଷ

କେନ୍ଦ୍ରାପଡ଼ା:ଏକମାଣିଆ ବିଜୁ ସେତୁର ସମୀକ୍ଷା କଲେ ପାଣ୍ଡିଆନ । ଏକମାଣିଆ ଗାଁ ଲୋକଙ୍କ ଯାତାୟତ ହେବ ସୁଗମ । ସୁଦୃଢ଼ ହେବ ଆଳି ଓ ରାଜନଗର ବ୍ଲକର ସମ୍ପର୍କ । ଆଉ ଭୋଗିବାକୁ ପଡ଼ିବ ନାହିଁ ବାର ମାସରେ ରାସ୍ତାର ହିନସ୍ତା । ରାଜ୍ୟ ସରକାରଙ୍କ 5T ଓ "ଆମ ଓଡିଶା ନବୀନ ଓଡ଼ିଶା"ର ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ ଗତ ଏପ୍ରିଲ ମାସ ୨୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜନଗର ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ନିର୍ବାଚନ ମଣ୍ଡଳୀର ଏକମାତ୍ର ଯୋଗାଯୋଗର ମାଧ୍ୟମ ଜଳପଥ ଓ ଡଙ୍ଗା ଏକମାତ୍ର ଭରସା ବୋଲି ଅଭିଯୋଗ ପତ୍ର ପାଇଥିଲେ । ଏହାପରେ ଲୋକଙ୍କ ସମସ୍ୟା ଦୂର ହେବା ସହ ଏଠାରେ ଏକ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୋଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଆସିଛନ୍ତି ଭିକେ ପାଣ୍ଡିଆନ । ପ୍ରଥମେ ଏକମାଣିଆ ବିଜୁ ସେତୁର ନିର୍ମାଣାଧୀନ କାର୍ଯ୍ୟ ସମୀକ୍ଷା କରିଛନ୍ତି । "ବିଜୁ ସେତୁ ଯୋଜନା"ରେ ୫୯ କୋଟି ୮୭ ଲକ୍ଷ ୮୪ ହଜାର ୯୨୨ ଟଙ୍କା ବ୍ୟୟରେ ଏହି ବିଜୁ ସେତୁ ନିର୍ମାଣ କାମ ହାତକୁ ନେଇଛି ଏକ ଘରୋଇ କମ୍ପାନୀ । ଗ୍ରାମ୍ୟ ଉନ୍ନୟନ ବିଭାଗ (RD) ଡିଭିଜନ-II ଅଧିନରେ ଏହି କାମ ଗତ ସେପ୍ଟେମ୍ବର ୮ ତାରିଖରେ ଆରମ୍ଭ ହୋଇଥିବା ବେଳେ ୭ ମାର୍ଚ୍ଚ,୨୦୨୬ରେ ନିର୍ମାଣ କାର୍ଯ୍ୟ ଶେଷହେବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ....ଗଞ୍ଜାମରୁ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ ଆଖି ଖୋଲି ବିକାଶ ଦେଖ

ତେବେ ଆଜିର ଗସ୍ତ ସମୟରେ 5T ଅଧ୍ୟକ୍ଷ ବିଜୁ ସେତୁ ନିର୍ମାଣ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଏହାସହ ଟେକନିକାଲ ଟିମ ସହ ଆଲୋଚନା କରି ସେତୁର ଦୀର୍ଘ ସ୍ଥାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ । 5ଟି ଅଧ୍ୟକ୍ଷ ହେଲିକପ୍ଟର ଯୋଗେ କେରଡ଼ାଗଡ଼ ନିକଟରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଏହି ସେତୁ ନିର୍ମାଣ ସ୍ଥାନକୁ ଆସି ସମୀକ୍ଷା କରିଥିଲେ । ଏହି ସେତୁ ନିର୍ମାଣ ହେଲେ ଆଳି ଓ ରାଜନଗର ଦୁଇଟି ବ୍ଲକର ପ୍ରାୟ ୩ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବିକାଶ ହେବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ତତ୍କାଳୀନ ସଚିବ ତଥା ବର୍ତ୍ତମାନର ୫ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ସେତୁ ନିର୍ମାଣ ପାଇଁ ଦାବି କରାଯାଇ ହୋହଲ୍ଲା କରାଯାଇଥିଲା ।ଗସ୍ତର ମାତ୍ର କିଛି ଦିନ ଆଗରୁ ଏଠାରେ ଡଙ୍ଗା ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details