ଓଡିଶା

odisha

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ ଜେଲ୍ ଦଣ୍ଡ

By

Published : Aug 2, 2022, 9:05 PM IST

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀକୁ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ ଜେଲ୍ ଦଣ୍ଡ
ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ ଜେଲ୍ ଦଣ୍ଡ

ଫୁଲବାଣୀ: ଆଜି(ମଙ୍ଗଳବାର) ଫୁଲବାଣୀର ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । ବିଚାରପତି ସଞ୍ଜିତ କୁମାର ବେହେରାଙ୍କ ଖଣ୍ଡପୀଠ ଏହି ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ 25 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଦୁଷ୍କର୍ମକାରୀ ହେଉଛି ଦାରିଙ୍ଗବାଡି ଥାନା ଅଞ୍ଚଳର ୨୫ ବର୍ଷୀୟ ଜିରୀମ ପ୍ରଧାନ । ଦୋଷୀଙ୍କୁ ଜେଲ୍ ଦଣ୍ଡ ସହ 20 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ମିଳିଛି । ଜରିମାନା ଅନାଦେୟ ହେଲେ ତାକୁ ଅଧିକ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି ।

ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ ଜେଲ୍ ଦଣ୍ଡ

ସୂଚନାଯୋଗ୍ୟ, ଦାରିଙ୍ଗବାଡି ଥାନା ଅଞ୍ଚଳର ଜିରୀମ ପ୍ରଧାନ ଉକ୍ତ ଅଞ୍ଚଳର 13 ବର୍ଷ ନାବାଳିକାକୁ ସ୍କୁଲ ଯିବା ସମୟରେ ଚକଲେଟ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଯାହାଫଳରେ କିଛି ଦିନ ପରେ ପୀଡ଼ିତା ଗର୍ଭବତୀ ହୋଇଥିଲେ l ନାବାଳିକାର ପେଟ କାଟିବା ପରେ ପରିବାର ଲୋକେ ଝିଅର ଗର୍ଭବତୀ ହେବାର କଥା ଜାଣିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ଗ୍ରାମରେ ବୈଠକ ଡାକି ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ପଚରା ଉଚରା କରିଥିଲେ ।

ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିବା ପରେ ପୀଡ଼ିତାଙ୍କୁ ନିଜ ପାଖରେ ରଖିଥିଲା । କିନ୍ତୁ ପାଞ୍ଚ ଦିନ ପରେ ପୀଡ଼ିତାଙ୍କୁ ନେଇ ତା' ବାପଘରେ ଛାଡ଼ି ଦେଇଥିଲା । ଏହି ସଂକ୍ରାନ୍ତରେ ପୀଡିତାଙ୍କ ପରିବାର ଲୋକେ 2019ରେ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରୁଜୁ କରିଥିଲେ । ମଙ୍ଗଳବାର ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ 13 ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତ ଜିରୀମ ପ୍ରଧାନକୁ 25 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ରାୟ ଶୁଣାଇଛନ୍ତି l ଏହି ମାମଲାର ପରିଚାଳନା ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଅସ୍ମିନି ପ୍ରହରାଜ କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details