ଓଡିଶା

odisha

ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ହିତାଧିକାରୀଙ୍କୁ ଦେଖାଉଛି ନାଲି ଆଖି !

By ETV Bharat Odisha Team

Published : Dec 3, 2023, 12:44 PM IST

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନଙ୍ଗଳବେଡ଼ା ଗାଁରେ ଜମି ଛାଡିବାକୁ ବିରୋଧ କରିବାରୁ ବେଦାନ୍ତ କର୍ତ୍ତୃପକ୍ଷ ପୋଲିସ ଲଗାଇ ବିରୋଧୀଙ୍କୁ ମାଡ ମାରୁଛନ୍ତି ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

vedanta company to fulfill several demands
vedanta company to fulfill several demands

ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ

ଭବାନୀପାଟଣା:ଆଶା ଥିଲା କମ୍ପାନୀ ଆସିବ ବିକାଶ ହେବ। ଅଞ୍ଚଳର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ । ନିଯୁକ୍ତି ବଢ଼ିବ ଦାଦନ ହଟିବ । ଏଭଳି କିଛି ଆଶା ଓ ସ୍ୱପ୍ନ ନେଇ କମ୍ପାନୀ ହାତରେ ନିଜର ଭିଟା ମାଟି ଟେକି ଦେଇଥିଲେ ଲୋକେ । ତେବେ କମ୍ପାନୀ ତ ଆସିଲା ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ଯାଇ ଏବେ ସେହି ହିତାଧିକାରୀଙ୍କୁ ନାଲି ଆଖି ଦେଖାଉଛି ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନଙ୍ଗଳବେଡ଼ା ଗାଁରୁ ।

ସୂଚନା ଅନୁଯାୟୀ, ଟିଟିଆଇପିଏଲ ଦ୍ୱାରା ଆମ୍ବୋଦଲା ଠାରୁ ବେଦାନ୍ତ କମ୍ପାନୀ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କରାଯାଉଛି । ଏହି ରେଳ ଲାଇନ ନଙ୍ଗଳବେଡ଼ା ଗାଁର ଅନେକ ଲୋକଙ୍କ ଜମି ଦେଇ ଗତି କରୁଛି । ଏନେଇ ଜମି ମାଲିକମାନେ ନିଜ ନିଜ ଜମିକୁ ନ ଛାଡ଼ିବା ପାଇଁ ବିରୋଧ କରିବାରୁ ବେଦାନ୍ତ କର୍ତ୍ତୃପକ୍ଷ ପୋଲିସ ଲଗାଇ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିବା କହିଛନ୍ତି ଗ୍ରାମବାସୀ। ଏମିତିକି ପୋଲିସର ମାଡ଼ରେ କିଛି ଜଣ ଲାଞ୍ଜିଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି ଗ୍ରାମବାସୀ। ସେପଟେ ବେଦାନ୍ତ କମ୍ପାନୀର ରେଡମଡ ଫଣ୍ଡରୁ ଉଡୁଥିବା ଧୂଳି ଗୁଣ୍ଡରେ ଏବେ ଅଣନିଶ୍ବାସୀ ହୋଇ ପଡିଛନ୍ତି କମ୍ପାନୀ ନିକଟରେ ଥିବା ବସନ୍ତପଡ଼ା ଗ୍ରାମବାସୀ। ଜମି ଅଧିଗ୍ରହଣ ସମୟରେ କମ୍ପାନୀ ଜମିହରାଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ପ୍ରତିଶୃତି ପୂରଣ କରି ପାରିନାହିଁ। ସେପଟେ ଏହି ଘଟଣାକୁ ନେଇ ବାରମ୍ବାର ପୋଲିସ୍ ଗାଁକୁ ଆସି ଲୋକଙ୍କୁ ଧମକ ଦେଉଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଏହା ମଧ୍ୟ ପଢନ୍ତୁ- ବେଦାନ୍ତ ଆଗରେ ଧାରଣା ଦେଲେ ଗ୍ରାମବାସୀ, ଅଞ୍ଚଳର ବିକାଶରେ ଭାଗିଦାର ହେଉନଥିବା ଅଭିଯୋଗ

ତେବେ ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଳକୁ ଯେତେବେଳେ ବେଦାନ୍ତ କମ୍ପାନୀ ଆସିଲା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଲାଞ୍ଜିଗଡ଼ ବ୍ଲକବାସୀଙ୍କ ମନରେ ଏକ ଉଲ୍ଲାସ ଆଶା ଭରି ଉଠିଥିଲା । ଅନେକ ଲୋକ ଆଶା କରିଥିଲେ ଯେ ନିଜ ଅଞ୍ଚଳରେ କିଛି ରୋଜଗାର ମିଳିବ । ହେଲେ ଗ୍ରାମବାସୀଙ୍କ ଆଶା କେବଳ ଆଶାରେ ହିଁ ରହିଗଲା। ସମସ୍ତ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବା ନାଁରେ ଭୁଆଁ ବୁଲେଇ ଅନେକ ଲୋକଙ୍କ ଠୁ ଜମି ଛଡ଼େଇ ନେଲା ବେଦାନ୍ତ । ବେଦାନ୍ତ କମ୍ପାନୀ ସ୍ଥାପନର ଦୀର୍ଘ ବର୍ଷ ବିତିଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା ମିଳିଛି କୌଣସି ନିଯୁକ୍ତି ନା ମିଳିଛି ଜମିହରାମାନଙ୍କୁ କିଛି ସୁବିଧା । ଆଉ ଜମିହରାମାନେ ମୁହଁ ଖୋଲିଲେ ମିଳୁଛି ଧମକ ତ କେତେବେଳେ ପୋଲିସ ଲଗାଇ ମାଡ଼ ମାରୁଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details