ଓଡିଶା

odisha

ଘରେ ଘରେ ପାଳିତ ହେଲା ନୂଆଁଖାଇ, ଉତ୍ସବମୁଖର ପୁରପଲ୍ଲୀ

By

Published : Sep 11, 2021, 10:56 PM IST

ବେଶ ଧୂମଧାମରେ ପାଳନ ହୋଇଛନ୍ତି କୃଷିଭିତ୍ତିକ ପର୍ବ ନୂଆଁଖାଇ । ଗାଁ ଠୁ ସହର ସବୁଆଡେ ନୂଆଁଖାଇର ମାହୋଲ । ଅଧିକ ପଢନ୍ତୁ...

nuakhai festival celebration in kalahandi
ଘରେ ଘରେ ପାଳିତ ହେଲା ନୂଆଁଖାଇ,ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା : ପିଠାପଣାରେ ମହକୁଛି ପଶ୍ଚିମ ଓଡିଶା ଗାଁଠୁ ସହର । ସବୁଠି ନୂଆଁଖାଇର ଆସର। ଦୂରଦୂରାନ୍ତରୁ ଘରକୁ ଫେରି ନୂଆଁଖାଇରେ ମସଗୁଲ ସମସ୍ତେ। ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ। କଳାହାଣ୍ଡି ଜିଲ୍ଲାରେ ଏନେଇ ଦେଖିବାକୁ ମିଳିଛି ଉତ୍ସବର ମାହୋଲ।

ଘରେ ଘରେ ପାଳିତ ହେଲା ନୂଆଁଖାଇ,ଉତ୍ସବ ମୁଖର ପୁରପଲ୍ଲୀ

ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ମାଁ ଲଙ୍କେଶ୍ବରୀଙ୍କୁ ନବାନ୍ନ ଲାଗି ପରେ ଘରେ ଘରେ ଆରମ୍ଭ ହୋଇଥିଲା ପର୍ବର ଆସର। ମୁଣ୍ଡର ଝାଳ ତୁଣ୍ଡରେ ମାରି ଜମିରେ ସୁନା ଫଳାଏ ଚାଷୀ । ନୂଆଁ ଚାଉଳରେ କ୍ଷୀରି, ପୁରୀ,ଖେଚୁଡ଼ି ଆଦି ବିଭିନ୍ନ ବ୍ୟଞ୍ଜନ ଇଷ୍ଟଦେବୀଙ୍କୁ ଅର୍ପଣ କରି ସୁଖ ସମୃଦ୍ଧି କାମନା କରନ୍ତି ପରିବାର। ଘରର ସାନମାନେ ବଡ଼ଙ୍କ ଠୁ ଆଶୀର୍ବାଦ ନେଇ ପାଳନ କରନ୍ତି ଜୁହାର ଭେଟ। ଯିଏ ଯେଉଁଠି ବି ଥାଉନା କାହିଁକି ନୂଆଁଖାଇ ଆସିଲେ ଘର ମୁହାଁ ହୁଅନ୍ତି ସଭିଏଁ ଆଉ ପରିବାର ସହ ଏକାଠି ବେଶୀ ଧୁମଧାମରେ ପାଳନ ହୁଏ ଗଣ ପର୍ବ ନୂଆଁଖାଇ। ବର୍ଷକୁ ଥରେ ନୂଆଁ ପିନ୍ଧିବା ସହ ଏକତା ଓ ଭାତ୍ରୁଭାବର ବାର୍ତ୍ତା ଦିଏ ନୂଆଁଖାଇ।

ତେବେ ଏହି ପର୍ବ କେବଳ ପରମ୍ପରାକୁ ଜୀବିତ ରଖିଛି ବରଂ ଆଜିର ସମୟରେ ସାମାଜିକ ପାରିବାରିକ ଓ ଆଧ୍ୟାତ୍ମିକ ନିଦର୍ଶନର ଉତ୍କୃଷ୍ଟ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details