ଓଡିଶା

odisha

ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ

By

Published : Oct 9, 2019, 10:33 AM IST

କଳାହାଣ୍ଡିରେ ବିଜୟା ଦଶମୀ ତିଥୀରେ ମା'ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଛି । ଚଳଚଞ୍ଚଳ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଛି । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଏକ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତା ହୋଇଥାଏ । କହିବାକୁ ଗଲେ ଲାଖମରା ପର୍ବ ଏକ ବିଜୟ ଯାତ୍ରା ବା ରାଜ୍ୟଜୟର ପ୍ରତୀକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି


ବିଜୟା ଦଶମୀ ତିଥୀରେ ମା'ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ, ମୁଠଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଥିବା ଲାଖମରା ପଡିଆକୁ ଯାଇଥାନ୍ତି ।

ଲାଖମରା ପଡିଆରେ ଥିବା ଅସ୍ଥାୟୀ ମଠପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚନା ଓ ଛାଗଳ ବଳି ଦିଆଯାଏ । ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜା ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥାଏ ଲାଖମରା ପର୍ବ । ଏକ ସୁଉଚ୍ଚ ଖମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥାଏ ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିକେଶ୍ବରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥାନ୍ତି । ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି । ପରେ ପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ବରୀଙ୍କୁ ମୁଠବସା ପର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବାପାଇଁ ମନ୍ଦିର ଦ୍ବାରରେ କଣ୍ଟାବାଡ ଦିଆଯାଇଥାଏ । ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା ।


କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

କଳାହାଠି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀ ଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଛି ।ଏହି ପର୍ବ ର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି ।ଏହି ପର୍ବ ମାଧ୍ୟମ ରେ ଏକ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତା ହୋଇଥାଏ । କହିବାକୁ ଗଲେ ଲାଖମରା ପର୍ବ ଏକ ବିଜୟ ଯାତ୍ରା ବା ରାଜ୍ୟଜୟ ର ପ୍ରତୀକ ।
ଭିଓ-୧-ବିଜୟା ଦଶମୀ ତିଥୀ ରେ ମାଣିଙ୍କେଶ୍ୱରୀ ଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଅପରାହ୍ନ ରେ ଛତ୍ର ବାହକ ମାଣିଙ୍କେଶ୍ୱରୀ ଙ୍କ ବିଜୟ ପ୍ରତିମା ଛତ୍ର କୁ ଧରି ବାହୁକ,ମୁଠଛିନା, ସେବାୟତ ସହ ଜେନାବାଦ୍ୟ,ଘୁମୁରା ଓ ଘଣ୍ଟ ଘଣ୍ଟା ର ତାଳେ ତାଳେ ମନ୍ଦିର ରୁ ବାହାରି ଭବାନୀପାଟଣା ସହର ର ପଶ୍ଚିମ ଉପକଣ୍ଠ ରେ ଥିବା ଲାଖମରା ପଡିଆ କୁ ଯାଇଥାନ୍ତି ।ଲାଖମରା ପଡିଆ ରେ ଥିବା ଅସ୍ଥାୟୀ ମଠପରେ ଦେବୀ ଙ୍କ ଛତ୍ର କୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚନା ଓ ଛାଗଳ ବଳି ଦିଆଯାଏ ।ପରମ୍ପରା ଅନୁଯାୟୀ କଳାହାଠି ରାଜ ପରିବାର ସଦସ୍ୟ ଛତ୍ର କୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥାଏ ଲାଖମରା ପର୍ବ ।
ବାଇଟ-ନମିତା ମୁଠ (ଶ୍ରଦ୍ଧାଳୁ)
ଭିଓ-୨-ଏକ ସୁଉଚ୍ଚ ଖମ୍ୱ ରେ ବନ୍ଧା ଯାଇଥିବା ମାଟି ହାଠି ରେ ନିର୍ମିତ ଦେବୀ ଙ୍କ ଲାଖ କୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥାଏ ପ୍ରତିଯୋଗିତା ।ମାଟି ହାଠି ରେ ମାଣିଙ୍କେଶ୍ୱରୀ ଙ୍କ ପ୍ରସାଦ ଥାଏ ।ଏହି ପ୍ରତିଯୋଗିତା ରେ ଅନେକ ଯୁବକ ସାମିଲ ହୋଇଥିଲେ ।ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟ ଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି ।ପରେ ପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ୱରୀ ଙ୍କୁ ମୁଠବସା ପର୍ବ ରୁ ଆରମ୍ଭ ହୋଇଥିବା ଦଶହରା ପର୍ବ ରେ ରକ୍ତମୁଖା ହୋଇଥିବା ଦେବୀ ଙ୍କୁ ଶାନ୍ତ କରାଇବାପାଇଁ ମନ୍ଦିର ଦ୍ୱାର ରେ କଣ୍ଟାବାଡ ଦିଆଯାଇଥାଏ ।ଆସନ୍ତା କୁମାର ପୂର୍ଣ୍ଣମୀ ରେ ଦେବୀ ଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବ କୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା ।
ବାଇଟ-ପ୍ରଫୁଲ୍ଲ ବେହେରା (ଶ୍ରଦ୍ଧାଳୁ)
ପିଟୁସି

ABOUT THE AUTHOR

...view details