ଓଡିଶା

odisha

କୋଭିଡ ମହାମାରୀରେ ଜିଲ୍ଲାବାସୀଙ୍କୁ 'କରଡି' ଦେଇଛି ଜୀବିକା

By

Published : Sep 19, 2021, 9:51 PM IST

କୋଭିଡ ମହାମାରୀରେ ଜିଲ୍ଲାବାସୀଙ୍କୁ 'କରଡି' ଦେଇଛି ଜୀବିକା

କୋଭିଡ ଯୋଗୁଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ । ଆଉ ଏହି ସମୟରେ ଜୀବନ ଜୀବିକାର ରାହା ଦେଇଛି 'କରଡି' । ଅଧିକ ପଢନ୍ତୁ...

ଭବାନୀପାଟଣା:କୋରୋନା ମହାମାରୀର ପ୍ରକୋପରେ ଛଟପଟ ହେଉଛନ୍ତି ଦେଶବାସୀ । ଆଉ ଏହି ମହାମାରୀର ମୁକାବିଲା ପାଇଁ କୋଭିଡ କଟକଣା ଅନେକଙ୍କ ରୋଜଗାର ଚଢାଇ ନେଇଛି । ଏଭଳି ସ୍ଥିତିରେ କିଏ ନିଜ କୌଳିକ ବୃତ୍ତିକୁ ଆପଣେଇଛି ତ, ଆଉ କିଏ ରୋଜଗାରର ନୂଆ ରାସ୍ତା ଖୋଜି ବାହାର କରିଛି । ଏଭଳି ସ୍ଥିତିରେ ଜୀବିକା ଯୋଗାଇଛି 'କରଡି'। ନାଁଟି ଶୁଣିବାକୁ ଯେପରି ସୁମଧୁର ସେଥିରୁ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ମଧ୍ୟ ସେମିତି ନିଆରା । ତେବେ ଏହି ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେଶ ଅଧିକ।

କୋଭିଡ ମହାମାରୀରେ ଜିଲ୍ଲାବାସୀଙ୍କୁ 'କରଡି' ଦେଇଛି ଜୀବିକା

ଆଉ ଏବେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାରରେ ଚାଲିଛି କରଡିର ରାଜୁତି । ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡି ମଧ୍ୟ ସାଙ୍ଗରେ ନେବାକୁ ପଛାଉ ନାହାନ୍ତି । ତେବେ ବଜାରରେ ଏହାର ଚାହିଦା ଯୋଗୁଁ ବେପାରୀମାନେ ମଧ୍ୟ ବେଶ ଲାଭବାନ ହେଉଛନ୍ତି ।


ସୂଚନାନୁସାରେ ଘଞ୍ଚ ଜଙ୍ଗଲ ହରା ପାହାଡ଼ର ବାଉଁଶ ମୂଳରୁ ଏହି କରଡି ମିଳିଥାଏ । ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ବାହାରୁଥିବା ଦେଖିବାକୁ ମିଳିଛି । କଅଁଳ ଅବସ୍ଥାରେ ଏହାକୁ କଟା ଯିବା ସହ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି ପାଇଁ କେତୋଟି କରଡିକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରନ୍ତି, ତ ଆଉ କିଏ ଛୋଟ ଛୋଟ ଆକାରରେ କାଟି ପତ୍ର ସାହାଯ୍ୟରେ ବିକ୍ରି କରିଥାନ୍ତି ।


ତେବେ ଗୃହିଣୀଙ୍କ ପସନ୍ଦ ଏହି କରଡିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର ଭଳି ୪୦ରୁ ଊର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଯାହାର ସ୍ୱାଦ ବେଶ ନିଆରା ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details