ଓଡିଶା

odisha

ଗୁଣିଗାରେଡ଼ି ହତ୍ୟା ମାମଲାର ରାୟ ପ୍ରକାଶ, ଦୋଷୀକୁ ଆଜୀବନ କାରାଦଣ୍ଡ

By ETV Bharat Odisha Team

Published : Dec 8, 2023, 10:32 PM IST

୨୦୧୭ର ମସିହାର ଗୁଣିଗାରେଡ଼ି ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲା ଦୌରା ଜଜ୍ । ଅଭିଯୁକ୍ତକୁ ଆଜୀବନ କରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ

ଗୁଣିଗାରେଡ଼ି ହତ୍ୟା ମାମଲାର ରାୟ ପ୍ରକାଶ , ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ଗୁଣିଗାରେଡ଼ି ହତ୍ୟା ମାମଲାର ରାୟ ପ୍ରକାଶ , ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା: ଗୁଣିଗାରେଡ଼ି ହତ୍ୟା ମାମଲାର ରାୟ ପ୍ରକାଶ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ।ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନୃସଂଶ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କଳାହାଣ୍ଡି ଜିଲ୍ଲା ଦୌରା ଜଜ୍ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ନୂଆଗାଁ ଗ୍ରାମର ଛବିରାମ ପୁଟେଲ ଓରାଫ ଥବିର ତାଙ୍କ ସ୍ତ୍ରୀକୁ ସେହି ଗାଁର ଭୁବନେ ନାଗଙ୍କ ପରିବାର ଗୁଣିଗାରେଡ଼ି କରିଥିବା ସନ୍ଦେହ କରିଥିଲେ । ଅଗଷ୍ଟ ୧ ତାରିଖ ୨୦୧୭ରେ ଭବନେଙ୍କ ପୁଅ ଯୁଧିଷ୍ଠିରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସେ ଆହତ ହୋଇ ଖସି ପଲାଇବାରୁ ଭବନେଙ୍କ ସ୍ତ୍ରୀଙ୍କୁ ଗୋଡ଼ାଇ ନୂଆଗାଁ ସ୍କୁଲ ନିକଟରେ ହତ୍ୟା କରିଥିଲେ ।

ସଦର ଥାନାରେ ଏସଂକ୍ରାନ୍ତରେ ଅଭିଯୋଗ କରାଯାଇଥିଲା । ପୁଲିସ ପକ୍ଷରୁ ତତ୍କାଳୀନ ଥାନା ଅଧିକାରୀ ଉତ୍ତମ ସାହୁ ତଦନ୍ତ କରି ଅଭିଯୁକ୍ତ ଛବିରାମ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ବିଚାରଧୀନ ମାମଲାର ଆଜି ଶୁଣାଣି କରି ଜିଲ୍ଲା ଦୌରା ଜଜ୍ ଦିପ୍ତୀ ରଞ୍ଜନ କାନୁନଗୋ ମୋଟ ୩୬ଜଣ ସାକ୍ଷୀଙ୍କ ବୟାନ ଓ ତଦନ୍ତକାରୀ ଅଧିକାରୀଙ୍କ ଅନୁସନ୍ଧାନକୁ ଭିତ୍ତିକରି ଅଭିଯୁକ୍ତ ଛବିରାମଙ୍କୁ ଧାରା ୩୦୨ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହ ଆଜୀବନ କରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଅଧିକ ୬ ମାସ କାରାଦଣ୍ଡାଦେଶ ଏବଂ ଧାରା ୩୦୭ରେ ୧୦ବର୍ଷ କାରାଦଣ୍ଡ ଓ ୧୦ହଜାର ଜରିମାନା କରିଛନ୍ତି । ଜରିମାନା ଅନାଦେୟରେ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।ଏହି ମାମଲରେ ୩ଜଣ ଅଭିଯୁକ୍ତଙ୍କୁ ଖଲାସ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମାମଲାଟି ବିଚାରଧୀନ ଥିବାବେଳେ ମୃତ୍ୟୁ ହୋଇଛି । ସରକାରଙ୍କ ପକ୍ଷରୁ ପି.ପି. ନିଦର୍ଶନୀ ରଥ ମକଦ୍ଦମା ପରିଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବାଲେଶ୍ବରରେ ଚାଞ୍ଚଲ୍ୟ: ଘରେ ପଶି ମହିଳାଙ୍କୁ ଆଖିବୁଜା ଗୁଳି, କାରଣ ଅସ୍ପଷ୍ଟ

ସେପଟେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମର ହିକିନ ମାଝୀଙ୍କ ସ୍ତ୍ରୀ ଦୋଲି ମାଝୀଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯାଆ ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ଗତକିଛି ଦିନ ତଳେ ସିନିଙ୍ଗା ମାଝୀଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ । ଏହି କାରଣରୁ ବଡ଼ ଯାଆ ଗୁଣି ଗାରେଡ଼ି କରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରିଥିଲେ ସାନ ଯାଆ । ଏହାକୁ ନେଇ ଗତକାଲି (ଶନିବାର) ରାତିରେ ଦୋଲି ଘରେ ଶୋଇଥିବା ବେଳେ ତାଙ୍କ ସାନ ଯାଆ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବିଜ୍ଞାନ ଯୁଗରେ ମଧ୍ୟ ଗୁଣି ଗାରେଡ଼ି ପ୍ରତି ଲୋକଙ୍କର ବଢ଼ୁଥିବା ବିଶ୍ବାସ ଏବଂ ଏଥିରୁ ଘଟୁଥିବା ଅପରାଧ ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details