ETV Bharat / state

ବାଲେଶ୍ବରରେ ଚାଞ୍ଚଲ୍ୟ: ଘରେ ପଶି ମହିଳାଙ୍କୁ ଆଖିବୁଜା ଗୁଳି, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Dec 6, 2023, 12:03 PM IST

Updated : Dec 6, 2023, 12:50 PM IST

ବାଲେଶ୍ବର ବରହମପୁର ଥାନା ଅଞ୍ଚଳରେ ଗୁଳିକାଣ୍ଡ । ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳି ଚଳାଇଲେ 2 ଦୁର୍ବୃତ୍ତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଘରେ ପଶି ମହିଳାଙ୍କ ଉପରକୁ ଆଖିବୁଜା ଗୁଳିମାଡ
ଘରେ ପଶି ମହିଳାଙ୍କ ଉପରକୁ ଆଖିବୁଜା ଗୁଳିମାଡ

ବାଲେଶ୍ୱର : ବାଲେଶ୍ବରରେ ଗୁଳିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘରେ ପଶି ମହିଳାଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟପଟେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ.. Balasore Firing Case: ଗ୍ୟାଙ୍ଗରେ ପତିଆରା ପାଇଁ ଗୁଳିମାଡ, 10 ଗିରଫ

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମରେ ଜଣେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୨ଜଣ ଦୁର୍ବୃତ୍ତ ଘରେ ପଶି ଅତର୍କିତ ଭାବେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏଥିରେ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିଲା । ଗୋଟିଏ ଗୁଳି ବାମ ହାତ ବାହୁରେ ବାଜିଥିବା ବେଳେ ଆଉ ଗୋଟିଏ ବାମ ହାତ ପାପୁଲି ତୃତୀୟ ଗୁଳିଟି ଅଣ୍ଟା ଉପରେ ବାଜିଛି । ତେବେ ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ..ପୂର୍ବ ଶତ୍ରୁତାରୁ ବିଶ୍ରାରେ ଫୁଟିଲା ଗୁଳି ! ଯୁବକ ଗୁରୁତର

ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରେ ବି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ଗୁରୁତର ମହିଳା ଜଣକ ରାଇପାଳ ଗ୍ରାମର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ହୋଇଥିବା ସୂଚନା ରହିଛି । କେଉଁ କାରଣ ପାଇଁ ତାଙ୍କ ଉପରକୁ ଆକ୍ରମଣ ହେଲା ତାହା ଏବେସୁଦ୍ଧା ଜଣାପଡିନାହିଁ । ବରହମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Dec 6, 2023, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.