ଓଡିଶା

odisha

ପଞ୍ଚାୟତ ଅନୁଦାନ ଆତ୍ମସାତ ମାମଲା, ନିଲମ୍ବିତ ହେଲେ ପାହାଡପଦର PEO

By

Published : Dec 28, 2022, 12:55 PM IST

ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ପ୍ରମାଣିତ ହେବା ପରେ ନିଲମ୍ବିତ ହେଲେ ପାହାଡପଦର ଗ୍ରାମପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର । ଅଧିକ ପଢନ୍ତୁ

pahadapadar panchayat peo
pahadapadar panchayat peo

ଭବାନୀପାଟଣା:ନିଲମ୍ବିତ ହେଲେ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଲାଞ୍ଜିଗଡ ବ୍ଲକର ପାହାଡପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ । ତତ୍କାଳୀନ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରି ଫେରାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ତାଙ୍କୁ ଚାକିରିରୁ ନିଲମ୍ବତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପାହାଡପଦର ପଞ୍ଚାୟତରେ ଭାଳେଣି, ହିତାଧୀକାରୀଙ୍କ ଟଙ୍କା ନେଇ ଚମ୍ପଟ ମାରିଲେ PEO ବାବୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୪୩ ଅନୁଯାୟୀ, ସାଗରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ସେ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ ଏବିଡିଓ ବିଭୁତିଭୂଷଣ ଶତପଥୀ, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ହୋଇସାରିଛି । ଏହି ରିପୋର୍ଟ ଆଧାରରେ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଛି । ସେହିପରି ନିଲମ୍ବନ ସମୟ ମଧ୍ୟରେ ସେ ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି ।

୪ ମାସରେ ହଡ଼ପ କଲେ ୪୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା !

ସୂଚନା ଅନୁସାରେ, ଗତ ୪ ମାସ ତଳେ ଅର୍ଥାତ ଅଗଷ୍ଟ ମାସରେ କଳାହାଣ୍ଡି ଜିଲ୍ଲା ଦୁର୍ଗମ ଲାଞ୍ଜିଗଡ ବ୍ଲକର ପାହାଡପଦର ପଞ୍ଚାୟତରେ PEO ବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ଯୋଗ ଦେଇଥିଲେ ଦେବାନନ୍ଦ ସାଗର । ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗକ୍ରମେ ସେ ପଞ୍ଚାୟତକୁ ଆସିଥିବା ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ୍‌ର ୨୪ ଲକ୍ଷ ୭୦ ହଜାର ୭୧୩ ଟଙ୍କା ଚେକ୍ ଜରିଆରେ ଉଠାଇ ହଡପ କରିବା ସହ ପଞ୍ଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପାଣ୍ଠି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ହଡ଼ପ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details