ଭବାନୀପାଟଣା:କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ଗଞ୍ଜେଇ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ । ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ପୋଲିସକୁ ଆଖିଠାର ମାରି ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ ।
ସୂଚନା ଅନୁଯାୟୀ କିଛି ଦିନ ହେଲା କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ବିଳମ୍ବିତ ରାତିରେ ମାଫିଆମାନେ ଥୂଆମୂଳ ରାମପୁର ଅଞ୍ଚଳରୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଏକ ପିକଅପ ଭ୍ୟାନ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ସେହି ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୩ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ:Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ