ଓଡିଶା

odisha

ବର୍ଷାରେ ଧୋଇଗଲା ଫସଲ, ଚାଷୀଙ୍କୁ ସହାୟତା ଦାବିରେ ଗର୍ଜିଲା କଂଗ୍ରେସ

By

Published : Aug 5, 2023, 9:01 PM IST

ଲଘୁଚାପ ଜନିତ ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲାରେ ହେକ୍ଟର ହେକ୍ଟର ଜମିରେ ବନ୍ୟାପାଣି ମାଡ଼ିଯାଇ ବ୍ୟାପକ ନଷ୍ଟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ସହାୟତା ଯୋଗାଇବା ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

congress stages protest in kalahandi
କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା: ଗତ କିଛି ଦିନର ଲଗାଣ ବର୍ଷା ହେବା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବନ୍ୟାର ସ୍ଥିତି ଦେଖା ଦେଇଛି । ଯାହା ଫଳରେ ଏକର ଏକର ଜମି ବାଲିଚର ହୋଇ ଚାଷ ଉଜୁଡ଼ି ଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ପ୍ରଥମେ ବର୍ଷା ଅଭାବରୁ ବିଳମ୍ବରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହିଁ । ଋଣ ପରିଶୋଧ ସହ ପରିବାର ପ୍ରତିପୋଷଣ କରିବା ଚିନ୍ତା ଏବେ ଚାଷୀଙ୍କୁ ଘରିଛି । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।

କଳାହାଣ୍ଡି ଜିଲ୍ଲା କିଶାନ କଂଗ୍ରେସ ସଭାପତି ତୁଲେଶ୍ୱେ ନାଏକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭବନରୁ ଏକ ଶୋଭାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୨୩ଟି ଦାବି ପୂରଣ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ହେଲା ଚଳିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା, ଋଣ ଛାଡ କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି ଚଳିତ ମାସ ୫ ତାରିଖ ବଦଳରେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରବା, ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ସମୟ ସୀମା ଅଗଷ୍ଟ ୧୫ ତାରିଖ ବଦଳରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ପ୍ରତି ଗ୍ରାମ ପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ଵ ଗ୍ରାମକୁ ଏକକ ଫସଲ ବୀମା ୟୁନିଟ ଭାବେ ଗ୍ରହଣ କରିବା, ପ୍ରଚଳିତ ରିଲିଫ୍ କୋର୍ଡର ଚାଷ କାର୍ଯ୍ୟ ପାଇଁ ଜଳସେଚନକୁ ସୁନିଶ୍ଚିତ କରିବା ସହ ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡିକର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:ଭଉଁରିଆ ନଦୀବନ୍ଧ ଦବି 10 ଫୁଟ ଘାଇ ସୃଷ୍ଟି, ଶହଶହ ହେକ୍ଟର ଚାଷ ଜମିରେ ମାଡ଼ିଗଲା ବନ୍ୟାଜଳ

ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯାଉ ଏବଂ ବିଜୁଳି ନଥିବା ସ୍ଥାନରେ ସୋଲାର ବ୍ୟବସ୍ଥା କରିବା ଆଦି ୨୩ ଦଫା ଦାବି ନେଇ କଂଗେସ ରାଜରାସ୍ତାକୁ ଓହ୍ଲାଇଛି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଯଦି ଯଥା ଶୀଘ୍ର ଏହି ଦାବି ଗୁଡ଼ିକ ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା କିଶାନ କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details