ଓଡିଶା

odisha

ଶିକ୍ଷୟତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି, ଥାନା ସାମନାରେ କଂଗ୍ରେସର ବିକ୍ଷୋଭ

By

Published : Oct 15, 2021, 6:45 PM IST

ଶିକ୍ଷୟତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କଂଗ୍ରେସର ବିକ୍ଷୋଭ
ଶିକ୍ଷୟତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କଂଗ୍ରେସର ବିକ୍ଷୋଭ ()

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ କଂଗ୍ରେସର ବିକ୍ଷୋଭ । ଅଧିକ ପଢନ୍ତୁ...

ଭବାନୀପାଟଣା: ଶିକ୍ଷୟତ୍ରୀ ନିଖୋଜ ଘଟଣାରେ କଂଗ୍ରେସ ବିକ୍ଷୋଭ କରିଛି । ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ତଦନ୍ତରେ ଶିଥିଳତା ପଛରେ ଶାସକ ଦଳର କିଛି ପ୍ରଭାବଶାଳୀ ନେତାଙ୍କ ହାତ ରହିଥିବା ଅଭିଯୋଗ ଆଣିଥିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ସେପଟେ ଅଟକ ସ୍କୁଲ ମାଲିକ ମଧ୍ୟ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ଘଟଣାକୁ ନେଇ ଏଯାଏଁ ମୁହଁ ଖୋଲୁନି ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ। ଆଉ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଦାବି କରି କେଗାଁ ଥାନା ସାମ୍ନାରେ ପ୍ରତିବାଦ କରିଛି କଂଗ୍ରେସ।

ଶିକ୍ଷୟତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କଂଗ୍ରେସର ବିକ୍ଷୋଭ

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଗତ ୮ ତାରିଖ ଦିନ ନିଜ ଗାଁ ବଲାଙ୍ଗୀର ଜିଲ୍ଲା ତୁରେକେଲାରୁ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଠାରୁ ଅଫିସ କାମ ଥିବା ନେଇ ଫୋନ ଯୋଗେ ସୂଚନା ପାଇବାରୁ ସ୍କୁଲ ଆସୁଥିଲେ। ହେଲେ ବାଟରେ ଚାନ୍ଦୋତରା ଛକରୁ ଶିକ୍ଷୟତ୍ରୀ ଜଣକ ନିଖୋଜ ହୋଇଯାଇଥିବା ନେଇ ପରିବାର ବର୍ଗ ଗତ ୧୨ ତାରିଖରେ ସେନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ଆରମ୍ଭ କରିଛି ସରଜମିନ ତଦନ୍ତ। ଦୀର୍ଘ ୪୮ ଘଣ୍ଟାର ମାରାଥନ ତଦନ୍ତ ପରେ ଶିକ୍ଷୟତ୍ରୀ ନିଖୋଜ ପଛରେ ସ୍କୁଲ ମାଲିକଙ୍କ ଲିଙ୍କ ଥିବା ନେଇ ମାଲିକ ଗୋବିନ୍ଦ ସାହୁ ଓ ତାଙ୍କର ଚାରି ଚକିଆ ଗାଡିକୁ ଉଠେଇ ନେଇଛି ପୋଲିସ। ଆଉ ଏକ ଅଜ୍ଞାତ ସ୍ଥାନରେ ଚାଲିଛି ଶିକ୍ଷୟତ୍ରୀ ନିଖୋଜ ପଛର ଛାନଭିନ।



କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details