ଭବାନୀପାଟଣା: ଗଞ୍ଜେଇ ଚାଲାଣ ଅଭିଯୋଗରେ ଧର୍ମଗଡ଼ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଆଉ ଦୁଇ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗିରଫ ଯୁବକମାନେ ଧର୍ମଗଡ଼ ଗୋରୁବଜାର ପଡାର ତୀର୍ଥରାଜ ସାଗର ଓ ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗାଁର ଚନ୍ଦ୍ରସେନ ମେହେର ବୋଲି ଜଣାପଡିଛି ।
ପୋଲିସ ସେମାନଙ୍କ ପାଖରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି । ଜିଲ୍ଲାରେ ଗଞ୍ଜେଇ ଉତ୍ପାଦନ ହେଉନଥିବାବେଳେ ବିଶେଷ କରି ଜିଲ୍ଲାକୁ ଆନ୍ଧ୍ର ଏବଂ ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହୋଇଥାଏ । ମାଫିଆମାନେ ତାକୁ ବିଭିନ୍ନ ରାସ୍ତା ଦେଇ ସୁରତ, ମୁମ୍ବାଇ, ଗୋଆ ଆଦି ସ୍ଥାନକୁ କେଜି ପିଛା ୧୫୦୦ ସହ ଟଙ୍କାରେ କିଣି ୫ ହଜାରରୁ ୮ ହଜାର ଟଙ୍କା ଦରରେ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି । ପୂର୍ବ ଡିଲ ଅନୁଯାୟୀ ଅଟକ ଦୁଇ ଯୁବକ ମଧ୍ୟ ଜିଲ୍ଲା ବାହାରୁ ଗଞ୍ଜେଇ ଆଣି ରାଜ୍ୟ ବାହାରକୁ ଚାଲାଣ ଉଦ୍ଦେଶ୍ୟରେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ ।