ଓଡିଶା

odisha

ବାପାଙ୍କ ସ୍ବପ୍ନ ପୁରା କରିବି: ଦିପାଳୀ ଦାସ

By

Published : Feb 17, 2023, 1:15 PM IST

Nab Das daughter Deepil on Jharsuguda development
Nab Das daughter Deepil on Jharsuguda development ()

ଝାରସୁଗୁଡ଼ା ଜିଲ୍ଲାକୁ ସୁସ୍ଥ ରଖିବା ନେଇ ବାପା ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ନେଇ ଏକ ଆମ୍ବୁଲାନ୍ସ ସେବାର ଆରମ୍ଭ କରିଛନ୍ତି ନବ ଦାସଙ୍କ ଝିଅ ଦିପାଳୀ ଦାସ । ଅଧିକ ପଢନ୍ତୁ

Nab Das daughter Deepil on Jharsuguda development

ଝାରସୁଗୁଡା:ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ଝିଅ ଦିପାଳୀ ଦାସ । ଝାରସୁଗୁଡ଼ା ଜିଲ୍ଲାକୁ ସୁସ୍ଥ ରଖିବା ନେଇ ବାପା ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ । ସମସ୍ତଙ୍କ ସହଯୋଗ ଏବଂ ସମସ୍ତଙ୍କୁ ନେଇ ଝାରସୁଗୁଡ଼ାର ବିକାଶ ହେବ । ସ୍ବର୍ଗତ ନବ କିଶୋର ଦାସ ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ଦେଇଥିବା ସେବା ପ୍ରତିଶ୍ରୁତିକୁ ତାଙ୍କ ଝିଅ ଦିପାଳୀ ଦାସ ଆଗକୁ ନେବେ ବୋଲି ଝାରସୁଗୁଡ଼ାବାସୀଙ୍କ ପାଇଁ ଏକ ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି ।

ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାର ଅଡିଟୋରିୟନ ଠାରେ ଆମ୍ବୁଲାନ୍ସ ସେବା ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରସିଂହ ବିଷ୍ଣୁ ପ୍ରିୟା ଟ୍ରଷ୍ଟର ଟ୍ରଷ୍ଟି ଦିପାଳୀ ଦାସ ଯୋଗ ଦେଇ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ । ଲୋକଙ୍କ ସେବା ପାଇଁ ଆମ୍ବୁଲାନ୍ସ ସମର୍ପିତ କରିଥିଲେ । ସ୍ବର୍ଗତ ନବ ଦାସଙ୍କୁ ସମସ୍ତ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗୋଟେ ମିନିଟ ଧରି ନୀରବ ପ୍ରାର୍ଥନା କରିଥିଲେ ।

ବିକାଶ ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇଛୁ । ଯାହା ନାମରେ କରୁଛୁ ସେ ଆଜି ଏଠି ନାହାନ୍ତି । ଏହି ସ୍ଥାନରେ କିଛି କହିବା ପୂର୍ବରୁ ପ୍ରଥମେ ମୋ ବାପା ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଥିବା କହିଥିଲେ ଝିଅ ଦୀପାଳି ଦାସ ।

‘‘ବାପା ସବୁବେଳେ ଝାରସୁଗୁଡା ପାଇଁ ଚିନ୍ତା କରୁଥିଲେ । ବିକାଶ ନେଇ ସବୁବେଳେ କାର୍ଯ୍ୟ କରୁଥିଲେ । ସେ ଶୋଇବା,ବସିବା ସମୟରେ ସବୁବେଳେ ଚିନ୍ତା କରୁଥିଲେ କିପରି ଝାରସୁଗୁଡ଼ାର ବିକାଶ ହୋଇପାରିବ । ଯେତେବେଳେ ବାହାରୁ ମୁଁ ପଢି କି ଆସିଥିଲି ସେତେବେଳେ ମୋ ବାପା କହିଥିଲେ ମାନବ ସେବା ହିଁ ଭଗବାନଙ୍କ ସେବା ।’’ ବୋଲି ଝିଅ ଦୀପାଳି କହିଛନ୍ତି । ଖିଦମଦ ସଂଗଠନ ପକ୍ଷରୁ ଝାରସୁଗୁଡା ମଙ୍ଗଳବାର ସ୍ଥିତ ଅଡ଼ିଟୋରିୟମ ପରିସରରେ ଦିବଙ୍ଗତ ନେତା ନଵଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ଝିଅ ସୁଶ୍ରୀ ଦୀପାଳି ଯୋଗଦେଇ ଏହା କହିଥିଲେ ।

ସେ ଆହୁରି କହିଥିଲେ ମୋର ବାପାଙ୍କ ସମସ୍ତ କାମକୁ ପୂରଣ କରିବି । ଝାରସୁଗୁଡା ନୂତନ ନିର୍ମାଣର ସ୍ବପ୍ନ ଦେଖିଥିବା ମୋର ବାପାଙ୍କ ସମସ୍ତ ସ୍ବପ୍ନକୁ ଆମେ ଝାରସୁଗୁଡାବାସୀ ପୂରଣ କରିବୁ । ହତ୍ୟା ପଛର ପ୍ରକୃତ କାରଣ ଜଣାପଡିନାହିଁ । ଏନେଇ ଦିପାଳୀ ପ୍ରତିକ୍ରିୟା ଦେଇ କହିଛନ୍ତି କି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ଏହି ଘଟଣାକୁ ନେଇ ମୁଁ ଓ ମୋ ପରିବାର ପୁରା ଭାଙ୍ଗି ପଡିଛୁ । ଏହି ସଭାରେ ପୌରାଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ ଏବଂ ବରିଷ୍ଠ ବିଜେଡି ନେତା ବିଶିଷ୍ଟ ସମାଜସେବୀ ଗଣ ଯୋଗ ଦେଇଥିଲେ ।

ପ୍ରକାଶ ଥାଉ କି, ଗତ ଜାନୁଆରୀ ମାସ 29 ତାରିଖରେ ନବ କିଶୋର ଦାସଙ୍କୁ ଗୁଳିମାଡ ହୋଇଥିଲା । ଝାରସୁଗୁଡାରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତୁରନ୍ତ ତାଙ୍କୁ ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ରାତି ପ୍ରାୟ ସାଢେ 7ଟାରେ ନବ କିଶୋର ଦାସଙ୍କ ବିୟୋଗ ହୋଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ବାର ଜେଲରେ ରହିଛି । ଘଟଣାର ତଦନ୍ତ ଜାରି ରହିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେବା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ରହିଛି ।

ଇଟିଭି ଭାରତ, ଝାରସୁୁଗୁଡା

ABOUT THE AUTHOR

...view details