ଓଡିଶା

odisha

ବ୍ୟାସନଗର ପୌରପରିଷଦର ବିଭିନ୍ନ ମଣ୍ଡପରେ ଚାଲିଛିି ମା'ଙ୍କ ସପ୍ତମୀ ପୂଜା

By

Published : Oct 12, 2021, 7:05 PM IST

Updated : Oct 12, 2021, 7:31 PM IST

saptami puja in Byasanagar different puja mandap
ବ୍ୟାସନଗର ପୋୖରପରିଷଦର ବିଭିନ୍ନ ମଣ୍ଡପରେ ଚାଲିଛିି ମା ଙ୍କ ସପ୍ତମୀ ପୂଜା ()

ବ୍ୟାସନଗର ପୌରପରିଷଦରେ କୋଭିଡ ନିୟମ ଅନୁଯାୟୀ ଆରମ୍ଭ ହେଲା ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା। ଅଧିକ ପଢନ୍ତୁ...

ଯାଜପୁର :ମା' ଦୁର୍ଗାଙ୍କ ଆଗମନରେ ଚାରିଆଡ ଚଳଚଞ୍ଚଳ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ କୋଭିଡ ନିୟମ ଅନୁଯାୟୀ ଆରମ୍ଭ ହୋଇଛି ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା । କୋରାନା କଟକଣା ଯୋଗୁଁ ଚାରିଆଡେ ଖାଁ ଖାଁ ପୂଜା ମଣ୍ଡପ ।

ବ୍ୟାସନଗର ପୌରପରିଷଦର ବିଭିନ୍ନ ମଣ୍ଡପରେ ଚାଲିଛିି ମା'ଙ୍କ ସପ୍ତମୀ ପୂଜା

ଚାଲିଛି ପାର୍ବଣ ଋତୁ। ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପୂଜା ମଣ୍ଡପ । ବ୍ୟାସନଗର ପୌରାଞ୍ଚଳରେ ଆଜି ୬ଟି ସ୍ଥାନରେ କୋଭିଡ କଟକଣା ଭିତରେ ଚାଲିଛି ମା ଦୁର୍ଗାଙ୍କ ସପ୍ତମୀ ପୂଜା । ବ୍ୟାସନଗର ପୌରାଞ୍ଚଳରେ ପ୍ରତେକ ବର୍ଷ ଧୁମଧାମରେ ପାଳିତ ହୁଏ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ମାତ୍ର ଚଳିତ ଥର କୋଭିଡ କଟକଣା ଯୋଗୁଁ ବ୍ୟାସନଗରର ମୁଣ୍ଡାମାଳ,ଚୋରଦା,ରାଇସିମିଲ,ବସଷ୍ଟାଣ୍ଡ ଓ ଧବଳଗିରି ଅଞ୍ଚଳରେ ଅତି ନିରାଡ଼ମ୍ବରରେ ପାଳିତ ହେଉଛି ମାଆଙ୍କ ପୂଜାର୍ଚ୍ଚନା ।

ସେପଟେ କୋଭିଡ ନିୟମକୁ ନଜର କରି ଯାଜପୁର ରୋଡ଼ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Oct 12, 2021, 7:31 PM IST

ABOUT THE AUTHOR

...view details