ଓଡିଶା

odisha

Panchayat Election : ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

By

Published : Jan 20, 2022, 6:53 AM IST

ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା। ପଞ୍ଚାୟତ ସ୍ତରରେ ସରପଞ୍ଚ, ବ୍ଲକ ସ୍ତରରେ ସମିତି ସଭ୍ୟ ଏବଂ ଜିଲ୍ଲାପାଳ ଅଫିସରେ ଜିଲ୍ଲା ପରିଷଦ ସଦସ୍ୟମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅଧିକ ପଢନ୍ତୁ

Panchayat Election : ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ
Panchayat Election : ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ଯାଜପୁର : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା। ପଞ୍ଚାୟତ ସ୍ତରରେ ସରପଞ୍ଚ, ବ୍ଲକ ସ୍ତରରେ ସମିତି ସଭ୍ୟ ଏବଂ ଜିଲ୍ଲାପାଳ ଅଫିସରେ ଜିଲ୍ଲା ପରିଷଦ ସଦସ୍ୟମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି (ବୁଧବାର) ଜିଲ୍ଲାପାଳ ଅଫିସରେ ଧର୍ମଶାଳାର 12 ନମ୍ବର ଜୋନ ପାଇଁ ପ୍ରଣତି ଲେଙ୍କା,13 ନମ୍ୱର ସ୍ମୃତି ରେଖା ବେହେରା,15 ନମ୍ୱର ଭାଗ୍ୟଧର ସେଠୀ ନାମାଙ୍କନ ଦାଖଲ କରିଥିଲେ ।

ସେହିପରି ବରୀର 21 ନମ୍ବର ଜୋନ ପାଇଁ ରଶ୍ମିକାନ୍ତ ନାୟକ ,24 ନମ୍ବର ଜୋନ୍ କଳ୍ପନା ପଣ୍ଡା ଓ 22 ନମ୍ବର ଜୋନ ପାଇଁ ସୌଭାଗ୍ୟ ରଞ୍ଜନ ଦାସ ନିଜର ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ ନିର୍ବାଚନ ଆସନ୍ତା ୧୬ରେ ଅନୁଷ୍ଠିତ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details