ଓଡିଶା

odisha

ETV Bhart Impact: ଖବର ବାଜିଲା ପ୍ରଶାସନ ଚେଇଁଲା, ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ମିଳିଲା ପ୍ରତିଶ୍ରୁତି

By ETV Bharat Odisha Team

Published : Oct 10, 2023, 5:34 PM IST

ଇଟିଭି ଭାରତର ପ୍ରଭାବ । ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ । ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ମିଳିଲା ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ
ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ଯାଜପୁର:ଇଟିଭି ଭାରତର ମହାପ୍ରଭାବ । ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ । ସହାୟତା ଯୋଗାଇ ଦେବା ପାଇଁ ଆଦିବାସୀଙ୍କୁ ଦେଲେ ପ୍ରତିଶ୍ରୁତି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡ଼ି ଆଦିବାସୀ ସାହି l ଏହି ଗାଁରେ ଆଜକୁ ଅନେକ ବର୍ଷ ହେବ 70ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ସ୍ଥାୟୀ ଜମିପଟ୍ଟା ନଥିବା କାରଣରୁ ଉଚ୍ଚ ଶିକ୍ଷା ସହ ବିଭିନ୍ନ ସରକରୀ ଯୋଜନା ପାଇବାକୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଅନେକଥର ପ୍ରଶାସନ ନିକଟରେ ଅଭିଯୋଗ କଲେବି କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିଲେ ବୋଲି ଗ୍ରାମବସୀ କହିଥିଲେ ।

ପରେ ଲୋକଙ୍କ ସମସ୍ୟା ବିଷୟରେ ଜାଣି ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ କରାଯାଇଥିଲା । ତେବେ ନ୍ୟୁଜ୍ ପ୍ରସାରଣ ପରେ ଆଜି ପ୍ରଥମେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ବ୍ୟାସନଗର ତହସିଲଦାର ଓ ଆରଆଇ ଏହି ଆଦିବାସୀ ସାହିରେ ପହଞ୍ଚିଥିଲେ । ଏହି ପ୍ରତିନିଧି ଦଳ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ପରେ ଆସନ୍ତା ଗୁରୁବାର ଦିନ ଗାଁରେ ଏକ ପଲ୍ଲୀସଭା କରାଯାଇ ସମସ୍ତ ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା, ଉଚ୍ଚଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯାଜପୁର ବ୍ୟାସନଗର ତହସିଲଠାରୁ ମାତ୍ର ୮ କିଲୋମିଟର ଦୂରରେ କେନ୍ଦୁଝର ଓ ଯାଜପୁର ସୀମାନ୍ତରେ ଅବସ୍ଥିତ ଗୋହିରାଗାଡିଆ ଓ ଭାଲୁକାହୁଡ଼ି ଅଞ୍ଚଳ । ହେଲେ ଏଠାର ସରକାରୀ ଯୋଜନା ଅପହଞ୍ଚ । ବ୍ୟାସନଗର ତହସିଲ ଅନ୍ତର୍ଗତ ଭାଲୁକାହୁଡ଼ି ଓ ଗୋହିରାଗଡି ଅଞ୍ଚଳରେ ରହୁଥିବା 70ଟି ଆଦିବାସୀ ପରିବାର ଖଣ୍ଡେ ଜମିପଟ୍ଟା ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ିଛିନ୍ତି । ଜମିପଟ୍ଟା ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ । ଯାହାଫଳରେ ଏହି ଆଦିବାସୀ ସାହିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଜମିପଟ୍ଟା ମିଳିନଥିିବା କାରଣରୁ ସରକାରୀ ସୁବିଧା ମିଳିବା ତ ଦୂରର କଥା ଜାତିଗତ ପ୍ରମାଣ ନପାଇ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ମେଧାବୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details