ଓଡିଶା

odisha

ନାବାଳିକାକୁ ବିବାହ ପରେ ଯୌତୁକ ନିର୍ଯ୍ୟାତନା ! ଏସପିଙ୍କ ଦ୍ବାରସ୍ଥ ପୀଡିତା

By

Published : Sep 20, 2021, 6:17 PM IST

Updated : Sep 20, 2021, 6:22 PM IST

Dowry and abuse after marriage a minor girl in jajpur

ଯାଜପୁରରେ ନାବାଳିକାକୁ ବିବାହ ପରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ନ୍ୟାୟ ପାଇଁ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ଅଧିକ ପଢନ୍ତ...

ଯାଜପୁର: ନାବାଳିକାକୁ ବିବାହ ପରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଯାଜପୁର ଜିଲ୍ଲା କଇଁଆଁ ଗାଁରେ ଜଣେ ଯୁବକ ନାବାଳିକାକୁ ବିବାହ ପରେ ଯୌତୁକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା ।

ନାବାଳିକାକୁ ବିବାହ ପରେ ଯୌତୁକ ନିର୍ଯ୍ୟାତନା ! ଏସପିଙ୍କ ଦାରସ୍ଥ ହେଲେ ପୀଡିତା

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ମାସରେ କୋରେଇ ଥାନା କଇଁଆଁ ଗାଁର ଜୈନକ ଯୁବକ ସେହି ଗାଁର ଜୈନିକ ନାବାଳିକାକୁ ତାଙ୍କ ବାପାଙ୍କ ଦେହ ଖରାପ କହି ତାଙ୍କ ନିକଟକୁ ନେଇଯିବାକୁ କହି ଗାଡ଼ିରେ ନେଇ ଯାଇଥିଲେ। ତେବେ ସେହି ଯୁବକ ନାବାଳିକାକୁ ତାଙ୍କ ବାପାଙ୍କ ନିକଟକୁ ନନେଇ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନାବାଳିକା ଅଭିଯୋଗ କରିଛନ୍ତି । ତେବେ ପରବର୍ତ୍ତୀ ଅବସ୍ଥାରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ନାବାଳିକାକୁ ଯୁବକ ଜଣକ ବିବାହ କରିଥିଲେ। ତେବେ ବିବାହ ପରେ ଯୁବକର ପରିବାର ପକ୍ଷରୁ ଯୌତୁକ ଦାବି କରି ନାବାଳିକା ଝିଅକୁ ନାନା ହଇରାଣ ହରକତ କରିବା ସହ ନିର୍ଯ୍ୟାତନା ଦେଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି।

ସେପଟେ କୋରେଇ ଥାନରେ କେସ ନମ୍ବର ୨୩୬/୨୧ ରୁଜୁ କରି ଚୁପ ବସିଥିବାବେଳେ ଆଜି ଅଭିଯୋଗ କରିଛନ୍ତି ନାବାଳିକାର ପରିବାର। ତେବେ ନାବାଳିକା ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଆଜି ପରିବାର ପକ୍ଷରୁ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି। ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Last Updated :Sep 20, 2021, 6:22 PM IST

ABOUT THE AUTHOR

...view details