ଓଡିଶା

odisha

4 ମାସ ହେଲା ଶିଶୁକନ୍ୟା ପିହୁ ନିଖୋଜ, ଟେର ପାଉନି ପୋଲିସ

By

Published : Dec 14, 2020, 9:18 PM IST

Updated : Dec 15, 2020, 8:03 AM IST

ଗୋଟିଏ ପରେ ଗୋଟିଏ ଶିଶୁକନ୍ୟା ନିଖୋଜ ହେବା ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ନୟାଗଡର ପରୀ ଏବଂ ସ୍ବାତୀ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମଧୁସୂଦନପୁର ଗାଁର ଜଣେ ୨ ବର୍ଷର ଶିଶୁ କନ୍ୟା ନିଖୋଜ ହେବା ଘଟଣା ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି ।

binjharpur police not getting any clue about pihu missing case of jajpur
4 ମାସ ହେଲା ଶିଶୁକନ୍ୟା ପିହୁ ନିଖୋଜ, ଟେର ପାଉନି ପୋଲିସ

ଯାଜପୁର: ଗୋଟିଏ ପରେ ଗୋଟିଏ ଶିଶୁକନ୍ୟା ନିଖୋଜ ହେବା ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ନୟାଗଡର ପରୀ ଏବଂ ସ୍ବାତୀ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମଧୁସୂଦନପୁର ଗାଁର ଜଣେ ୨ ବର୍ଷର ଶିଶୁ କନ୍ୟା ନିଖୋଜ ହେବା ଘଟଣା ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି । ଚାରିମାସ ତଳେ ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ଶୁଭଲକ୍ଷ୍ମୀ ବା ପିହୁ। ଚାରି ଆଡ଼େ ଖୋଜଖୋଜି ପରେ ମଧ୍ୟ ପିହୁର କୌଣସି ସନ୍ଧାନ ମିଳିନଥିଲା। ଏନେଇ ବିଞ୍ଝାରପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ହାତ ଆଜି ଯାଏଁ ଖାଲି ରହିଛି।

ଚାରି ମାସ ହେଲା ଶିଶୁ କନ୍ୟା ପିହୁ ନିଖୋଜ, ଟେର ପାଉନି ବିଞ୍ଝାରପୁର ପୋଲିସ

ପିହୁ ନିଖୋଜ ହେବା ବେଳେ ତା ମା' ଘର କାମ କରୁଥିଲେ। ଏହାସହ ପିହୁ ର ବାପା ମଧ୍ୟ ବାଙ୍ଗାଲୋରରୁ ଆସି ସଙ୍ଗରୋଧରେ ରହିଥିଲେ। ସାଥିଙ୍କ ମେଳରେ ଖେଳୁଥିବା ସମୟରେ ହଠାତ୍ କେଉଁ ଆଡେ ଗାଏବ ହୋଇଯାଇଥିଲା ପିହୁ। ଝିଅର ସନ୍ଧାନ ନମିଳିବାରୁ ଥାନାକୁ ଯାଇ ମାମଲା ରୁଜୁ କରିଥିଲେ ବାପା ମା'। କେହିଜଣେ ଏକ ବାଇକରେ ଗାମୁଛରେ ବାନ୍ଧି ଜଣେ ଛୁଆକୁ ନେଇ ଯାଉଥିବା ନେଇ କିଛି ସ୍ଥାନୀୟ ଲୋକ କହିଥିଲେ । ହେଲେ ଏହି ଆଧାରରେ ପୋଲିସ କୌଣସି ତଦନ୍ତ କରୁନାହିଁ ବୋଲି ଅଭିଯୋଗ ହୋଇଛି। ସେପଟେ ପିହୁର ଫେରିବା ବାଟକୁ ଚାତକ ଭଳି ରହିଛନ୍ତି ତା ବାପା ଓ ମାଆ ।

ଯାଜପୁରର ମଧୁସୂଦନପୁର ଗାଁରେ ଦିନ ଦ୍ବିପ୍ରହରରେ ପିଲା ନିଖୋଜ ହେବା ଘଟଣା ଏବେ ରହସ୍ୟ ଘେରରେ ରହିଛି। ପିହୁ ଅଗଷ୍ଟ 9ରେ ନିଖୋଜ ହୋଇଥିବା ବେଳେ ଏହାର 5ଦିନ ପରେ ଅଗଷ୍ଟ 14ରେ ଏ ସମ୍ପର୍କରେ ଏଫଆଇଆର ରୁଜ୍ଜୁ କରିଥିଲା ବିଞ୍ଝାରପୁର ପୋଲିସ । କଲ ଟ୍ରାକ କରାଯାଇ ଖୁବ୍ ଶୀଘ୍ର ଶିଶୁଟିକୁ ଧରାଯିବ କହି ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ପିହୁର କୌଣସି ପତ୍ତା ପାଉନି ପୋଲିସ । ଛୁଆ ନିଖୋଜ ହେବା ଘଟଣା ପଛରେ କୌଣସି ଏକ ବଡ଼ ରାକେଟ କାମ କରୁଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏନେଇ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା ଯାଜପୁର ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ରାକେଟକୁ ଠାବ କରି ଶିଶୁଟିକୁ ଉଦ୍ଧାର କରିବାକୁ ଦାବି କରିଛନ୍ତି ।

ଘଟଣା ଚର୍ଚ୍ଚାକୁ ଆସିବା ପରେ ନିଖୋଜ ନାବାଳିକା ଘରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ସେପଟେ ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଶିଶୁକୁ ଉଦ୍ଧାର କରାଯିବା ସହ ଘଟଣାରୁ ପରଦା ହଟିବ ବୋଲି କହିଛନ୍ତି ଯାଜପୁର ଏସପି ଚରଣ ସିଂହ ମୀନା ।

ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେଉଛନ୍ତି । ନୟାଗଡ଼ର ପରୀ ଓ ସ୍ବାତୀ ଭଳି ଏବେ ଯାଜପୁରର ପିହୁ ମଧ୍ୟ ନିଖୋଜ ରହିଛି । ଘଟଣାକୁ ନେଇ କୌଣସି ଟେର ପାଉନି ବିଞ୍ଝାରପୁର ପୋଲିସ । କେବେ ଏହି ଘଟଣା ଉପରୁ ପରଦା ଉଠିବ ତା’ ଉପରେ ସଭିଙ୍କ ନଜର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Dec 15, 2020, 8:03 AM IST

ABOUT THE AUTHOR

...view details