ଓଡିଶା

odisha

ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

By

Published : Nov 16, 2021, 9:11 PM IST

ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଅଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Union minister Bishweswar Tudu visits jagatsinghpur district
କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର: ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଅଲୋଚନା କରିଛନ୍ତି ।

ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ପୂର୍ବାହ୍ନ ୧୧ଟା ସମୟରେ କେନ୍ଦ୍ରମନ୍ତ୍ରୀ ଟୁଡୁ ଜଗତସିଂହପୁର ସର୍କିଟ ହାଉସ୍‌ରେ ପହଞ୍ଚିଥିଲେ । ପରେ ସେଠାରେ ତାଙ୍କୁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ତ୍ରୀ ନାଉଗାଁ ବ୍ଲକ ଅଙ୍ଗେଶ୍ବର ପଡ଼ା ଗସ୍ତ କରି ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଅପରାହ୍ନରେ ଜିଲା ସ୍ତରୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ପାନୀୟ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ବିଜେପି କର୍ମକର୍ତ୍ତା ମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସମୟରେ ବିଭିନ୍ନ ବର୍ଗର ଲୋକେ ଜଳ ଯୋଗାଣକୁ ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ମନ୍ତ୍ରୀ ଏହି ଅଭିଯୋଗ ଆଧାରରେ ପଦକ୍ଷେପ ନେବାକୁ ବିଭାଗୀୟଙ୍କୁ ଅଧିକାରୀ ମାନଙ୍କ ନିର୍ଦ୍ଦେଶ ଦେଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details