ଓଡିଶା

odisha

ପାରାଦୀପ ବନ୍ଦରକୁ 1ନଂ ପୋର୍ଟ କରିବା ପାଇଁ ପ୍ରୟାସ କରିବି: ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ

By

Published : Oct 7, 2021, 5:55 PM IST

ପାରାଦୀପ ବନ୍ଦରର ନୂତନ ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ
ପାରାଦୀପ ବନ୍ଦରର ନୂତନ ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ ()

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ । ବନ୍ଦରର କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଅଧିକ ପଢନ୍ତୁ...

ଜଗତସିଂହପୁର: ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ । ପାରାଦୀପରେ ପହଞ୍ଚିବା ପରେ ପ୍ରଥମେ ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ନେବା ପରେ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ବନ୍ଦର ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବା ସହିତ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା। ପରେ ବନ୍ଦର କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା ।

ପାରାଦୀପ ବନ୍ଦରର ନୂତନ ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ
ପାରାଦୀପ ବନ୍ଦରର ନୂତନ ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ଭାରତର ଦ୍ଵିତୀୟ ମେଜର ପୋର୍ଟର ମାନ୍ୟତା ପାଇଥିବା ପାରାଦୀପ ବନ୍ଦର ପଣ୍ୟ କାରବାରରେ ମହତ୍ୱପୂର୍ଣ୍ଣ ଭୂମିକା ନେଉଛି । ବନ୍ଦରରେ ଦକ୍ଷ କର୍ମଚାରୀ ରହିଛନ୍ତି। ବହୁ ନୂତନ ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ବନ୍ଦରର ଅଧ୍ୟକ୍ଷ ଭାବେ ଯୋଗ ଦେଇ ମୁଁ ଗର୍ବିତ, ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି, ତାହାକୁ ସାକାର କରିବା ସହିତ ପାରାଦୀପ ବନ୍ଦରକୁ ଏକ ନମ୍ବର ମେଜର ପୋର୍ଟ କରିବା ପାଇଁ ପ୍ରୟାସ କରିବି ବୋଲି ପ୍ରକାଶ କରିଛନ୍ତି ନୂତନ ଅଧ୍ୟକ୍ଷ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details