ଓଡିଶା

odisha

ଜଗତସିଂହପୁରରେ ଲଗାଣ ବର୍ଷା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

By

Published : Oct 17, 2021, 9:21 PM IST

Updated : Oct 17, 2021, 9:51 PM IST

lower area people terrified due to heavy rain in jagatsinghpur

ଜିଲ୍ଲାରେ ଆଜି ଦିନ ତମାମ ଲଗାଣ ବର୍ଷା ଫଳରେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ଗୁଡ଼ିକ ମଧ୍ୟ ଜଳମଗ୍ନ ହୋଇଛି । ଅଧିକ ପଢ଼ନ୍ତୁ...

ଜଗତସିଂହପୁର: ଜିଲ୍ଲାରେ ଆଜି(ରବିବାର) ଦିନ ତମାମ ଲଗାଣ ବର୍ଷା ଫଳରେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଚାଷ ଜମି ଗୁଡ଼ିକ ମଧ୍ୟ ଜଳ ମଗ୍ନ ହୋଇଛି । ଖାଲି ସେତିକି ନୁହେଁ, ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ପାଣି ଜମି ରହିଛି ।

ଜଗତସିଂହପୁରରେ ଲଗାଣ ବର୍ଷା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

ଲଘୁଚାପ ଯୋଗୁଁ ଜଗତସିଂହପୁର ସହରରେ ଆଜି ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇ ଯାଇଥିଲା । ଦିନ ୧୦ଟା ବେଳକୁ ବର୍ଷାର ପରିମାଣ ବଢ଼ିବା ସହ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ବର୍ଷା ଯୋଗୁଁ ଲୋକଙ୍କ ପାଇଁ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ିଥିଲା । ଜିଲ୍ଲାର ଏରସମା ଅଞ୍ଚଳରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ଜନିତ ବର୍ଷା ପରିମାଣ ବଢ଼ିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ୭ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ତାଲିକାରେ ଜଗତସିଂହପୁର ଜିଲ୍ଲା ମଧ୍ୟ ସାମିଲ ରହିଛି । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଘଟଣ ଆଶଙ୍କାରେ ରହିଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Oct 17, 2021, 9:51 PM IST

ABOUT THE AUTHOR

...view details