ଓଡିଶା

odisha

ଶହେ ବର୍ଷର ଲକ୍ଷ୍ମୀପୂଜା, ଶ୍ରୀକ୍ଷେତ୍ରରୁ ଚାଲିଆସନ୍ତି ମା' ଲକ୍ଷ୍ମୀ

By

Published : Oct 21, 2019, 11:44 PM IST

ଭକ୍ତର ପୂଜାପାଇଁ ଶ୍ରୀକ୍ଷେତ୍ରରୁ ଚାଲିଆସନ୍ତି ମା' ଲକ୍ଷ୍ମୀ । ସାତଦିନ ଧରି ସମ୍ପୂର୍ଣ୍ଣ ରୀତିନୀତିରେ ପୂଜା ପରେ ପୁଣି ଫେରିଯାଆନ୍ତି ବଡ ଦେଉଳକୁ । ଏପରି ଆସ୍ଥା ଓ ବିଶ୍ବାସ ରହିଛି ଜଗତସିଂହପୁର ଜିଲ୍ଲା ନବାପଟଣା ଗ୍ରାମବାସୀଙ୍କ ମନରେ । ଅଧିକ ଖବର ପଢନ୍ତୁ...

ଶହେ ବର୍ଷର ଲକ୍ଷ୍ମୀପୂଜା, ଭକ୍ତର ପୂଜାପାଇଁ ଶ୍ରୀକ୍ଷେତ୍ରରୁ ଚାଲିଆସନ୍ତି ମା' ଲକ୍ଷ୍ମୀ

ଜଗତସିଂହପୁର: ଆସ୍ଥା ଓ ବିଶ୍ବାସର ପ୍ରତୀକ ମା' ଲକ୍ଷ୍ମୀ । କେଉଁ ଅନାଦି କାଳରୁ ମା' ଙ୍କ ଆରାଧନା କରିଆସୁଛନ୍ତି ନବାପାଟଣା ଗ୍ରାମବାସୀ । 8 ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ 18 ଟି ସାହି ରହିଛି । କୁମାର ପୂର୍ଣ୍ଣିମା ଆସିଗଲେ, କି ହିନ୍ଦୁ କି ମୁସଲମାନ, ସମସ୍ତେ ଏକାକାର ହୋଇ ଉଠନ୍ତି ମା'ଙ୍କ ଆରାଧନା କରିବାକୁ । ପ୍ରତ୍ୟେକ ସାହିରେ ମା'ଙ୍କ ମୂଣ୍ମୟୀ ମୂର୍ତ୍ତି ପୂଜା କରାଯାଏ ଭକ୍ତି ଓ ଭାବର ସହିତ ।

ଶହେ ବର୍ଷର ଲକ୍ଷ୍ମୀପୂଜା, ଭକ୍ତର ପୂଜାପାଇଁ ଶ୍ରୀକ୍ଷେତ୍ରରୁ ଚାଲିଆସନ୍ତି ମା' ଲକ୍ଷ୍ମୀ

ଭକ୍ତର ପୂଜାପାଇଁ ଶ୍ରୀକ୍ଷେତ୍ରରୁ ଚାଲିଆସନ୍ତି ମା' ଲକ୍ଷ୍ମୀ । ସାତଦିନ ଧରି ସମ୍ପୂର୍ଣ୍ଣ ରୀତିନୀତିରେ ପୂଜା ପରେ ପୁଣି ଫେରିଯାଆନ୍ତି ବଡ ଦେଉଳକୁ । ଏପରି ଆସ୍ଥା ଓ ବିଶ୍ବାସ ରହିଛି ଗ୍ରାମବାସୀଙ୍କ ମନରେ । ଏହାକୁ ନେଇ ଘରେ ଘରେ ପିଠାପଣା ସାଙ୍ଗକୁ,ଝୋଟି ଚିତାରେ, ଆକର୍ଷଣୀୟ ହୋଇ ଉଠେ ଗାଁ ପରିବେଶ । ଶହେ ବର୍ଷ ପୁରାତନ ଏ ପୂଜା ହେଉଛି ଭାଇଚାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିବା ଜଗତସିଂହପୁର ଜିଲ୍ଲା ନବାପଟଣା ଗ୍ରାମର । କୁମାରୀ ଲକ୍ଷ୍ମୀଙ୍କ ପୂଜା ପାଇଁ ଜିଲ୍ଲା ବେଶ ସୁପରିଚିତ ।

ମୂଳାଷ୍ଟମୀ ପୂର୍ବ ଦିନ ମା'ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯିବା ପରେ ନିର୍ମାଣ କରାଯାଏ ମୁଣ୍ମୟୀ ମୂର୍ତ୍ତି । ଏହାପରେ ଅତି ଯତ୍ନର ସହ କାରିଗର ମାନେ ପ୍ରାକୃତିକ ରଙ୍ଗରେ ମା' ଙ୍କୁ ରଙ୍ଗୀନ ରୂପରେ ସଜାଇଥାନ୍ତି । ରୂପା ତାରକସି ଓ ସୋଲ ମେଢରେ ସଜ୍ଜିତ ହୁଅନ୍ତି ମା' । ଏହି ଯାତ୍ରା ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରବଳ ଜନସମାଗମ ହୋଇଥାଏ । ଶହେ ବର୍ଷର ପ୍ରାଚୀନ ଲକ୍ଷ୍ମୀପୂଜା । ଏଠାରେ ମା'ଙ୍କୁ ଦର୍ଶନ କଲେ କୁଆଡେ ଦରିଦ୍ରତା ଦୂର ହେବା ସହ ସୁଖ ସମୃଦ୍ଧ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ଦୃଢ ବିଶ୍ବାସ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:anchor
ଶ୍ରୀକ୍ଷେତ୍ର ରୁ ମା, ଆସନ୍ତି। 7 ଦିନ, ଗାଁ ରେ ପୂଜାପାଇ ପୁନର୍ବାର ଶ୍ରୀକ୍ଷେତ୍ର କୁ ପ୍ରତ୍ୟାବର୍ତ୍ତନ କରନ୍ତି ବୋଲି ପ୍ରଘାଢ ବିଶ୍ୱାସ ରହିଛି ଗ୍ରାମବାସୀ ଙ୍କ ମନରେ। ଆଜ୍ଞା ହଁ ,ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନବାପାଟଣା ଗ୍ରାମର ପ୍ରସିଦ୍ଧ ମା କୁମାରୀ ଲଷ୍ମୀ ଙ୍କ ଯାତ୍ରା ସମ୍ପର୍କରେ।ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ମା ଲଷ୍ମୀ, କେଉଁ ଅନାଦି କାଳରୁ ମା ଙ୍କ ଆରାଧନା କରିଆସୁଛନ୍ତି ଏହି ଗ୍ରାମବାସୀ। ଆଠ ହଜାର ଜନ ସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ 18 ଟି ସାହି ରହିଛି। କୁମାର ପୂର୍ଣ୍ଣିମା ଆସିଗଲେ, କି ହିନ୍ଦୁ କି ମୁସଲମାନ, ସମସ୍ତେ ଏକାକାର ହୋଇ ଉଠନ୍ତି ମା ଙ୍କ ଆରାଧନା ପାଇଁ।ପ୍ରତେକ ସାହି ରେ ମା ଙ୍କ ମୁଣ୍ମୟୀ ମୃତି ପୂଜା କରାଯାଏ।ଭକ୍ତି ଭାବ ର ସହିତ।
vo_1
ପ୍ରଥମେ ମୂଳାଷ୍ଟମୀ ପୂର୍ବ ଦିନ ମାଆଙ୍କ ମୂର୍ତ୍ତି ନିର୍ମାଣ ମାଟି ଅନୁକୂଳ କରାଯିବାପରେ ନିର୍ମାଣ କରାଯାଏ ମୁଣ୍ମୟୀ ମୂର୍ତି। ଅତି ନିଷ୍ଠା ର ସହିତ ମୂର୍ତ୍ତି କାରିଗର ମନେ ହାବିଷ୍ୟର୍ଣ ଖାଇ ମୂର୍ତ୍ତି ନିର୍ମାଣ କରନ୍ତି। ପ୍ରକୁର୍ତିକ ରଙ୍ଗ ରେ ମାଆ ଙ୍କୁ ରଙ୍ଗୀନ କରାଯାଏ। ରୁପା ତାରକସି ଓ ସୋଲ ମେଢ ରେ ସଜିତ ହୁଅନ୍ତି ମା,।
vo_2
ସାତ ଦିନ ପାଇଁ ମାଆ ଆସିବେ ଗାଁ କୁ, ବିଜେ କରିବେ ପୂଜା ମଣ୍ଡପ ରେ, ଏହାକୁ ନେଇ ଘରେ ଘରେ ପିଠା ପଣା ସାଙ୍ଗକୁ,ଝୋଟି ଚିତା ରେ, ଆକର୍ଷଣୀୟ ହୋଇ ଉଠେ ଗାଁ ପରିବେଶ।ଭାଇଚାର କୁ ଗୋଟିଏ ସୂତ୍ର ରେ ବାନ୍ଧି ରଖିଥିବା ନବାପଟଣା ଗ୍ରାମ, ଜିଲାରେ ବେଶ ପରିଚିତ ଲାଭ କରିଛି
final _vo
ଏହି ଯାତ୍ରା ଦେଖିବା ପାଇଁ ଜିଲା ଓ ଜିଲା ବାହାର ରୁ ପ୍ରବଳ ଜନ ସମାଗମ ହୋଇଥାଏ। ବିଶ୍ୱାସ ରହିଛି ଶ୍ରୀକ୍ଷେତ୍ର ରୁ ମା ଆସନ୍ତି ସାତଦିନ ପାଇଁ।ଏଠାରେ ମାଆ ଙ୍କୁ ଦର୍ଶନ କଲେ କୁଆଡେ ଦରିଦ୍ରତା ଦୂର ହେବା ସହ ସୁଖ ସମୃଦ୍ଧ ଲାଭ ହୋଇଥାଏ ବୋଲି ଦୃଢ ବିଶ୍ବାସ ରହିଛି ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଙ୍କ ମନରେ।



Body:byt_kishor shop
byt_ budhisyam behera
byt_ rajkishor begets.
grama basi



Conclusion:pkg _ laxmi puja
report _susanta parts
jagatsinghpur

ABOUT THE AUTHOR

...view details