ଓଡିଶା

odisha

ଦୁର୍ବଳ ମୌସୁମୀ ସାଙ୍ଗକୁ କେନାଲ ଜଳ ସମସ୍ୟା, ହତାଶ୍‌ ଚାଷୀ

By

Published : Jul 22, 2020, 5:36 AM IST

ଦୁର୍ବଳ ମୌସୁମୀ ସାଙ୍ଗକୁ ଜିଲ୍ଲାରେ ଜଳ ସେଚନ ବିଭାଗ ପକ୍ଷରୁ ବିଳମ୍ବରେ କେନାଲ ପାଣି ଛଡା ଯାଇଥିବାରୁ ପାଖା ପାଖି 15 ରୁ 20 ଦିନ ଚାଷ କାମ ପଛେଇ ଥିବା ଚାଷୀ ଅଭିଯୋଗ କରିଛନ୍ତି ।

canal-water-problems-and-weak-monsoon-frustrated-farmers
ଦୁର୍ବଳ ମୌସୁମୀ ସାଙ୍ଗକୁ କେନାଲ ଜଳ ସମସ୍ୟା, ହତାଶ୍‌ ଚାଷୀ

ଜଗତସିଂହପୁର: ଶ୍ରାବଣ ଆସି ଶେଷ ହେବାକୁ ବସିଲାଣି । କିନ୍ତୁ ଆଗେଇ ପାରୁନି ଚାଷ କାର୍ଯ୍ୟ । ନାଁ ଅଛି ବର୍ଷା ନାଁ କେନାଲ ପାଣି । ଦୁର୍ବଳ ମୌସୁମୀ ସାଙ୍ଗକୁ ଜିଲ୍ଲାରେ ଜଳ ସେଚନ ବିଭାଗ ପକ୍ଷରୁ ବିଳମ୍ବରେ କେନାଲ ପାଣି ଛଡା ଯାଇଥିବାରୁ ପାଖା ପାଖି 15 ରୁ 20 ଦିନ ଚାଷ କାମ ପଛେଇ ଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଦୁର୍ବଳ ମୌସୁମୀ ସାଙ୍ଗକୁ କେନାଲ ଜଳ ସମସ୍ୟା, ହତାଶ୍‌ ଚାଷୀ

ଏବେ ସୁଦ୍ଧା ଢ଼ିପ ଜମି ରେ ଆଦୌ ଚାଷକାମ ଆରମ୍ଭ ହୋଇ ପାରିନାହିଁ । କେତେକ ଖାଲୁଆ ଜମିରେ କାଦୁଅ କରାଯାଇ ତଳି ରୁଆ ଆରମ୍ଭ ହୋଇଛି । ଅପର ପକ୍ଷରେ ଜିଲ୍ଲା ଜଳସେଚନ ବିଭାଗର ବାହାଘର ବେଳେ ବାଇଗଣ ରୁଆ ସଦୃଶ କାଡା ନାଳ ଗୁଡିକ ଏବେ ସଫା କରାଯାଉଛି । ଯାହା ସେଗୁଡିକ ବିଭାଗ ପକ୍ଷରୁ ଗ୍ରୀଷ୍ମ ଋତୁରେ କରାଯିବା କଥା ।

ମୁଖ୍ୟତଃ କାଡା ନାଳ ଗୁଡିକ ପରିସ୍କାର ରହିଲେ ଜମିର ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ମାଡିବାରେ ସହାୟକ ହୋଇଥାଏ । କିନ୍ତୁ ବିଭାଗର ବିଳମ୍ବିତ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ସୁଦ୍ଧା ହଜାର ହଜାର ହେକ୍ଟର ଚାଷଜମି ପାଣି ବିନା ପଡିଆ ପଡିଛି । ଗୋଟେ ପଟେ କୋରୋନା ଭୟରେ ଚାଷ କାମ ପାଇଁ ଶ୍ରମିକ ଅସୁନଥିବା ବେଳେ ଅନ୍ୟପଟେ ପାଣି ସମସ୍ୟା ଚାଷୀ ମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details