ଓଡିଶା

odisha

କୁଜଙ୍ଗରେ ବଜ୍ରପାତ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

By

Published : Jun 8, 2021, 8:47 PM IST

ସାହାରାଡିଆ ଗ୍ରାମରେ ବଜ୍ରପାତରେ ଜଣେ ଚାଷୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

କୁଜଙ୍ଗରେ ବଜ୍ରପାତ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
କୁଜଙ୍ଗରେ ବଜ୍ରପାତ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ଜଗତସିଂହପୁର: କୁଜଙ୍ଗ ଥାନା ଅନ୍ତର୍ଗତ ସାହାରାଡିଆ ଗ୍ରାମରେ ବଜ୍ରପାତ । ଯେଉଁଥିରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୩ଟା ସମୟରେ କୁଜଙ୍ଗ ସାହାରାଡିଆ ଗ୍ରାମର ଦୁଇଜଣ ଚାଷୀ ନିଜ ବିଲରେ ଚାଷ କରୁଥିବା ସମୟରେ ହଠାତ୍ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କୁଜଙ୍ଗ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

କୁଜଙ୍ଗରେ ବଜ୍ରପାତ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ତେବେ ମୃତ ଚାଷୀ ଜଣଙ୍କ ହେଲେ ସାହାରାଡିଆ ଗ୍ରାମର 56 ବର୍ଷିୟ ନରହରି ବେହେରା ଏବଂ ଗୁରୁତର ଆହତ ବ୍ୟକ୍ତି ଜଣକ ସେହି ଗ୍ରାମର ବାବାଜୀ ବେହେରା ବୋଲି ଜଣାପଡିଛି। ତେବେ ନରହରିଙ୍କ ଅକାଳ ମୃତ୍ୟୁରେ ପରିବାର ସମେତ ସମଗ୍ର ସାହାରାଡିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details