ଓଡିଶା

odisha

ଚାଷୀଙ୍କୁ ମିଳୁନି ବକେୟା ଫସଲ ବୀମା ରାଶି, ରାଜଧାନୀକୁ ପଦଯାତ୍ରା କରିବାକୁ ଚେତାବନୀ

By

Published : Jul 20, 2023, 1:07 PM IST

ଗଞ୍ଜାମର ଚାଷୀଙ୍କ ଅଧିକାର ପାଇଁ କିଷାନ ମଜଦୁର ମହାସଂଘର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

Rashtriya Kisan Mazdoor Mahasangh
Rashtriya Kisan Mazdoor Mahasangh

Rashtriya Kisan Mazdoor Mahasangh

ବ୍ରହ୍ମପୁର: ଗଞ୍ଜାମରେ ଚାଷୀଙ୍କ ଅଧିକାର, ଆତ୍ମସମ୍ମାନ ଓ ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିଛି କିଷାନ ମଜଦୁର ମହାସଂଘ । ବକେୟା ଫସଲ ବୀମା ରାଶି ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ଚାଷୀଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି ସଂଘ । ଚାଷୀଙ୍କ ଅଧିକାର ଓ ସୁରକ୍ଷାକୁ ସରକାର ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଭୁବନେଶ୍ୱରକୁ ହଜାର ହଜାର ଚାଷୀ ପଦଯାତ୍ରାରେ ବାହାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ସଭାପତି ସଚ୍ଚିନ ମହାପାତ୍ର ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ବକେୟା ଫସଲ ବୀମା ପାଇବା ପାଇଁ ବାରମ୍ବାର ଭୁବନେଶ୍ୱର ସ୍ଥିତ ଏଆଇସି କାର୍ଯ୍ୟାଳୟ ଠାରେ ଅନଶନ କରିବା ପରେ ମୁଖ୍ୟ କୃଷି ଶାସନ ସଚିବ ଅରବିନ୍ଦ ପାଢ଼ୀ ଏହି ସମସ୍ୟାକୁ ପୁନର୍ବାର ସର୍ଭେ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଅହେତୁକ ବିଳମ୍ବ ପରେ ଚାଷୀ ତାର ବକେୟା ବୀମାରାଶି ପାଇବା ଯୋଗ୍ୟ ବୋଲି ଅବଗତ କରାଯାଇଥିଲା । ତଥାପି ଚାଷୀ ତାର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଥିଲା । ତେଣୁ ଯଥାଶୀଘ୍ର ବକେୟା ରାଶି ଚାଷୀଙ୍କୁ ଯୋଗାଇବାକୁ ଦାବି କରିଛି ମହାସଂଘ ।

ଏଥିସହ ପ୍ରତ୍ୟେକ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସି-2 ଯୁକ୍ତ ୫୦ ପ୍ରତିଶତ ବୃଦ୍ଧି ନିଶ୍ଚିନ୍ତ ଆଇନ ପ୍ରଣୟନ,ବୃଦ୍ଧ ଓ ବୃଦ୍ଧାଙ୍କ ମାସିକ ଭତ୍ତା ମାସିକ ୨୫୦୦ ଟଙ୍କା ବୃଦ୍ଧି, ପଡୋଶୀ ରାଜ୍ୟ ଛତିଶଗଡ଼ ଭଳି ଧାନ କ୍ବିଣ୍ଟାଲ ପିଛା ବୋନସ ବା ୟୁବିଆଇ ବ୍ୟବସ୍ଥା କରଯାଇ ଚାଷୀକୁ ପ୍ରୋତ୍ସାହନ କରାଯାଉ । ଚାଷୀ ସୁରକ୍ଷା ଭତ୍ତା ମାସିକ ୩୦୦୦ କରାଯାଉ, ପ୍ରତ୍ୟେକ ପଞ୍ଚାୟତରେ ସୁଦୃଢ ମଣ୍ଡି ଓ ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ବ୍ୟବସ୍ଥା କରାଯାଉ, କୃଷି ଆନୁସଙ୍ଗିକ ଶିକ୍ଷା, ଶିକ୍ଷା ଖସଡ଼ାରେ ବାଧ୍ୟତା ମୂଳକ ବିଷୟ ବସ୍ତୁ କରାଯିବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବି ସଂଗଠନ ତରଫରୁ ସଭାପତି ସଚିନ ମହାପାତ୍ର ଉପସ୍ଥାପନା କରିଛନ୍ତି । ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ସରକାରଙ୍କୁ ଦାବି କରିବା ସହ, ଦାବି ପୂରଣ ନହେଲେ ଆଗାମୀ ଅକ୍ଟୋବର ମାସରେ ସଂଗଠନ ରାଜ ରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଅଫିସ୍ ଭିତରେ ତହସିଲଦାର, ବାହାରୁ ତାଲା ପକାଇଲେ ଚାଷୀ

ସାମ୍ବାଦିକ ସମ୍ମିଳନୀରେ ରମେଶ କର, ପ୍ରଫେସର ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ମାନବାଧିକାର କର୍ମୀ ରବିନ୍ଦ୍ର କୁମାର ମିଶ୍ର, ସମରେଶ ପାଇକରାୟ, ପ୍ରାକ୍ତନ ବାଣୀ ବିହାର ଛାତ୍ର ନେତା ବିଜୟ କୁମାର ଜେନା ,କୃଷକ ନେତା ଅଶୋକ କୁମାର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details