ଓଡିଶା

odisha

ମୁଖ୍ୟମନ୍ତ୍ରୀକୁ ପ୍ରଦୀପଙ୍କ ପ୍ରଶ୍ନ, ରାଜ୍ୟକୁ ଭାଗ କରିବାକୁ ଯୋଜନା ଚାଲିଛି କି ?

By

Published : Nov 21, 2022, 12:00 PM IST

ଉପ ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ନୂତନ ଜିଲ୍ଲା ମାନ୍ୟତା ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କରି ରାଜ୍ୟକୁ କଣ ଭାଗ କରିବାକୁ ଯୋଜନା ଚାଲିଛି କି ବୋଲି ପ୍ରଶ୍ନ କରିଥିଲେ ପ୍ରଦୀପ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀକୁ ପ୍ରଦୀପଙ୍କ ପ୍ରଶ୍ନ
ମୁଖ୍ୟମନ୍ତ୍ରୀକୁ ପ୍ରଦୀପଙ୍କ ପ୍ରଶ୍ନ

ବ୍ରହ୍ମପୁର:ପାଖେଇ ଆସୁଛି ପଦ୍ମପୁର ଉପ ନିର୍ବାଚନ । ଏଥିପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ନୂତନ ଜିଲ୍ଲା ଭାବେ ଡିସେମ୍ବର ୩୧ ସୁଦ୍ଧା ଘୋଷଣା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଏବେ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣାକୁ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ଏପରି କରି ରାଜ୍ୟକୁ କଣ ଭାଗ କରିବାକୁ ଯୋଜନା ଚାଲିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ଗୋପାଳପୁର ବିଧାୟକ ଏପରି ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀକୁ ପ୍ରଦୀପଙ୍କ ପ୍ରଶ୍ନ

ଏହା ମଧ୍ୟ ପଢନ୍ତୁ-ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ, ପ୍ରତି ଜିଲ୍ଲାରେ ପ୍ରଦର୍ଶିତ ହେବ ସିନେମା

ପ୍ରଦୀପ କହିଛନ୍ତି ଯେ, "ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ବରଗଡରେ ୫ଟି ନିର୍ବାଚନ ମଣ୍ଡଳୀ ସେଥିପାଇଁ ୨ଟି ଜିଲ୍ଲା, ଆମ ଗଞ୍ଜାମ ଜିଲ୍ଲାରେ ତ ୧୩ଟି ନିର୍ବାଚନ ମଣ୍ଡଳୀ, ଏଠାରେ କେତୋଟି ଜିଲ୍ଲା ଘୋଷଣା ହେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ଏପରି ଯଦି ହେବ ତାହା ହେଲେ ଅନ୍ୟ ଜିଲ୍ଲାର ଅବସ୍ଥା କଣ ହେବ ଏବଂ ଏପରି କରି ରାଜ୍ୟକୁ କଣ ଭାଗ କରିବାକୁ ଯୋଜନା ଚାଲିଛି କି ବୋଲି ପ୍ରଶ୍ନ କରିଥିଲେ ପ୍ରଦୀପ ଏବଂ ଏହାକୁ କିଏ ପରାମର୍ଶ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏପରିକି ସଞ୍ଜୟ ଦାସ ବର୍ମାଙ୍କ ବାହ୍ୟ ଶକ୍ତି ବୟାନକୁ ନେଇ ପ୍ରଦୀପ ସମାଲୋଚନା କରି ମହମ୍ମଦ ଘୋରୀଙ୍କ ଉଦାହରଣ ଦେଇଥିଲେ । ମହମ୍ମଦ ଘୋରୀ ଭାରତ ବର୍ଷରେ ଓ ପୃଥିରାଜ ଚୈହ୍ବାନଙ୍କ ସହ ଯେତେ ଥର ଯୁଦ୍ଧ କରିଛନ୍ତି ସେ ହାରିଛନ୍ତି । କିନ୍ତୁ ଯେତେବେଳେ ଜୟଦ ରଥ ପରି ଗୃହ ବିଭିଷଣ ସୃଷ୍ଟି ହେଲେ ସେତେବେଳେ ମହମ୍ମଦ ଘୋରୀ ବିଜୟୀ ହୋଇ ଦେଶକୁ ଶ୍ମଶାନ ଘାଟ କରିଦେଇଥିଲେ । ଏଣୁ ଦଳରେ ଜୟଦ ରଥ କିଏ, ଯିଏକି ମହମ୍ମଦ ଘୋରୀଙ୍କୁ ସୁଯୋଗ ଦେଉଛନ୍ତି, ତାହା ଚିହ୍ନଟ କରନ୍ତୁ ବୋଲି କହିଛନ୍ତି ପ୍ରଦୀପ ।''

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details