ଓଡିଶା

odisha

ଛତ୍ରପୁରକୁ କେବେ ମ୍ୟୁନିସିପାଲିଟି ମାନ୍ୟତା ? ବର୍ଷ ବର୍ଷ ଧରି ଅଟକିଛି ପ୍ରସ୍ତାବ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ

By ETV Bharat Odisha Team

Published : Dec 14, 2023, 7:07 PM IST

Updated : Dec 14, 2023, 7:39 PM IST

Municipality status to Chatrapur Nac: କେବେ ମିଳିବ ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ? ମ୍ୟୁନିସିପାଲିଟି ମାନ୍ୟତା ପାଇଁ ସମସ୍ତ ମାନଦଣ୍ଡ ଥିଲେ ବି କାହିଁକି ହେଉଛି ବିଳମ୍ବ ? ବାରମ୍ବାର ଦାବି ସତ୍ତ୍ବେ ସରକାରଙ୍କ ନଜର ଆଢୁଆଳରେ ଛତ୍ରପୁର । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Etv Bharat
Etv Bharat

ଛତ୍ରପୁରକୁ କେବେ ମ୍ୟୁନିସିପାଲିଟି ମାନ୍ୟତା ? ବର୍ଷ ବର୍ଷ ଧରି ଅଟକିଛି ପ୍ରସ୍ତାବ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର । ଜିଲ୍ଲାର ଏହି ସହରକୁ ୧୯୫୫ ମସିହାରେ ଏନଏସି ମାନ୍ୟତା ପ୍ରଦାନ କରାଯାଇଥିଲା । ଇତିମଧ୍ୟରେ ବୃଦ୍ଧି ପାଇଛି ଏହି ସହରର ପରିସୀମା । ଏପରିକି ଜନସଂଖ୍ୟା ମଧ୍ୟ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ଅନୁଯାୟୀ ରହିଥିଲେ ମଧ୍ୟ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ କରିଚାଲିଛନ୍ତି । ଯାହାକି ପ୍ରସ୍ତାବ ମଧ୍ୟରେ ଅଟକି ରହିଛି ଛତ୍ରପୁର ସହରର ମ୍ୟୁନିସିପାଲିଟି ମାନ୍ୟତା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ସେପଟେ ସଠିକ ସମୟରେ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ।



ଜିଲ୍ଲାର ଏହି ପୁରାତନ ସହରକୁ ୧୯୫୫ ମସିହାରେ ମିଳିଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା । ଇତିମଧ୍ୟରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସହରର ପରିସୀମା ମଧ୍ୟ ହୋଇଛି ପରିବ୍ୟାପ୍ତ। ଏପରିକି ଏନ.ଏ.ସିର ୱାର୍ଡ ସଂଖ୍ୟା ବୃଦ୍ଧି ପାଇ ୧୪ରେ ପହଞ୍ଚିଲାଣି । କେବଳ ୱାର୍ଡ ସଂଖ୍ୟା ନୁହେଁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ସହରର ଜନସଂଖ୍ୟା ୨୫ ହଜାର କିମ୍ବା ତା'ଠାରୁ ଅଧିକ ହୋଇଥିଲେ ହିଁ ପୌରପାଳିକା ଘୋଷଣା ହୋଇପାରିବ । ସେପଟେ ୨୦୧୧ ମସିହାର ଜନଗଣନା ଅନୁସାରେ ଛତ୍ରପୁରର ଜନସଂଖ୍ୟା ୨୨ ହଜାର ୨୭ ରହିଥିଲା। ଏଥିସହିତ ଛତ୍ରପୁର ସହର ନିକଟରେ ରହିଥିବା ଦୁଇଟି ପଞ୍ଚାୟତର ଦୁଇଟି ଗ୍ରାମକୁ ଏଥିରେ ସାମିଲ କରି ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଇତି ମଧ୍ୟରେ ଏନ.ଏ.ସି କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମହଲରୁ ପ୍ରସ୍ତାବ ଦିଆଯାଇଛି । ହେଲେ ସେହି ପ୍ରସ୍ତାବ ମଧ୍ୟରେ ରାଜ୍ୟ ସରକାରଙ୍କ ମଧ୍ୟରେ ଅଟକି ରହିଯାଇଛି ଛତ୍ରପୁର ସହରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରସଙ୍ଗ।

ଏହା ବି ପଢନ୍ତୁ- ଛତ୍ରପୁର ବ୍ଲକରେ ବିଜେପିର ବିକ୍ଷୋଭ, ବ୍ଲକ ଆଗରେ ଧାରଣା

ଏପରିକି ଅଗସ୍ତିନୂଆଗାଁ ପଞ୍ଚାୟତର ଜିଏନ୍‌ପାଲମ ଓ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ସହରରେ ମିଶ୍ରଣ ପାଇଁ ପଞ୍ଚାୟତ ପକ୍ଷରୁ ସମ୍ମତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏପରିକି ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସିକୁ ପୌରପାଳିକା ମାନ୍ୟତା ମିଳିବ ବୋଲି ଅନେକ ଆଶା ବାନ୍ଧିଥିଲେ । ହେଲେ ପୌର ନିର୍ବାଚନ ଶେଷ ହୋଇ ଅନେକ ମାସ ବିତିଯାଇଥିଲେ ମଧ୍ଯ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିପାରିନାହିଁ । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବାରେ ସମସ୍ତ ସରକାରଙ୍କ ମାନଦଣ୍ଡ ପୂରଣ କରୁଥିବା ବେଳେ ଏ ଦିଗରେ ପ୍ରୟାସ ଜାରି ରହିଥିବା କୁହାଯାଇଛି ।



ଛତ୍ରପୁର ସମେତ ରାଜ୍ୟର ତିନୋଟି ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାକୁ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହାଇକୋର୍ଟରେ ପିଟିଶନ ଦାଖଲ ପରେ ଏହାର ଶୁଣାଣି କରି ୩ ମାସ ମଧ୍ୟରେ ମ୍ୟୁନିସିପାଲିଟି ଭାବେ ଘୋଷଣା କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ଅଦ୍ୟାବଧି କିଛି ବର୍ଷ ବିତିବାକୁ ବସିଥିବା ବେଳେ ଏହାକୁ ସରକାର କାର୍ଯ୍ୟକାରୀ କରିନାହାନ୍ତି । ସେପଟେ ସ୍ଥାନୀୟ ବିଧାୟକଙ୍କ କହିବା କଥା ଏହି ପ୍ରସ୍ତାବ ସରକାରଙ୍କ ବିଚାରଧୀନ ରହିଥିବା ବେଳେ ସଠିକ ସମୟରେ ସରକାର ସଠିକ୍ ବିଚାର କରିବେ କହିଛନ୍ତି ଛତ୍ରପୁରର ପୂର୍ବତନ ଓ ବର୍ତ୍ତମାନର ବିଧାୟକ ।

ଏନେଇ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, "ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦାବି ସମ୍ପର୍କିତ ମାମଲା ହାଇକୋର୍ଟରେ ବିଚାରଧୀନ ଥିଲା । ତେବେ ନିକଟରେ ହାଇକୋର୍ଟ ଏନେଇ ରାୟ ଶୁଣାଇଥିବା ବେଳେ ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସରକାରୀ ସ୍ତରରେ କାର୍ଯ୍ୟ ଆଗେଇ ଚାଲିଛି । ସରକାର ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇ ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେବେ ।"


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Dec 14, 2023, 7:39 PM IST

ABOUT THE AUTHOR

...view details