ଓଡିଶା

odisha

ବାତ୍ୟା ଗୁଲାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

By

Published : Sep 25, 2021, 10:45 PM IST

ganjam district administration issued Emergency helpline number for possible cyclone
ବାତ୍ୟା ଗୁଲାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ()

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଉପଖଣ୍ଡରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଜାରି କଲା ଦୁଇଟି ହେଲ୍ପ ଲାଇନ୍ ନମ୍ବର । ଅଧିକ ପଢନ୍ତୁ...

ବ୍ରହ୍ମପୁର(ଗଞ୍ଜାମ):ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ଉପଖଣ୍ଡର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ଜାରି କରାଯାଇଛି ।

ସାମ୍ଭାବ୍ୟ ବାତ୍ୟା ଗୁଲାବର ମୁକବିଲା ପାଇଁ ଏହି କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ ।

ବାତ୍ୟା ଗୁଲାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଦୁଇଟି ହେଲପ୍ ଲାଇନ୍ ନମ୍ବର ହେଉଛି- 0680-2227000 ଏବଂ +917752055567 । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ସମୟରେ କୌଣସି ଜରୁରୀ ଆବଶ୍ୟକତା ପଡିଲେ ତୁରନ୍ତ ଏହି ନମ୍ବର ଜରିଆରେ ଜନସାଧାରଣ ଯୋଗାଯୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details