ଓଡିଶା

odisha

ବୈଷୟିକ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ରହିଛି ଅନେକ ସୁବିଧା ସୁଯୋଗ: ବ୍ରହ୍ମପୁର ସାଂସଦ

By

Published : Sep 18, 2022, 11:08 PM IST

ବୈଷୟିକ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ରହିଛି ଅନେକ ସୁବିଧା ସୁଯୋଗ: ବ୍ରହ୍ମପୁର ସାଂସଦ
ବୈଷୟିକ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ରହିଛି ଅନେକ ସୁବିଧା ସୁଯୋଗ: ବ୍ରହ୍ମପୁର ସାଂସଦ ()

ଆୟୋଜିତ ହୋଇଛି ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନର ୨୬ତମ ପ୍ରତିଷ୍ଠା ଉତ୍ସବ । ବୈଷୟିକ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ରହିଛି ଅନେକ ସୁବିଧା ସୁଯୋଗ ରହିଛି ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଅଧିକ ପଢନ୍ତୁ

ବ୍ରହ୍ମପୁର:ବୈଷୟିକ ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନ ରାଜ୍ୟରେ ରହିଛି ଅନେକ ସୁବିଧା ଓ ସୁଯୋଗ । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଶିକ୍ଷାନୁଷ୍ଠାନ ଗୁଡିକରେ କିପରି ବିଦ୍ୟାର୍ଥୀ ମାନେ ଯେପରି ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇବା ସହ ଉଚ୍ଚମାନର ଶିକ୍ଷା ପାଇପାରିବେ ସେ ନେଇ ସମସ୍ତ ପ୍ରକାର ଉଦ୍ୟମ ହେଉଛି ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ।

ବୈଷୟିକ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ରହିଛି ଅନେକ ସୁବିଧା ସୁଯୋଗ: ବ୍ରହ୍ମପୁର ସାଂସଦ

ପୂର୍ବରୁ ରାଜ୍ୟରେ ମାତ୍ର ଦୁଇ ଗୋଟିଏ ବୈଷୟିକ ଶିକ୍ଷାନୁଷ୍ଠାନ ରହିଥିବାରୁ ବିଦ୍ୟାର୍ଥୀ ମାନେ ରାଜ୍ୟ ବାହାରକୁ ଯାଇ ଶିକ୍ଷା ଗ୍ରହଣ କରୁଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ବୈଷୟିକ ଶିକ୍ଷା ହେଉ ବା ଡାକ୍ତରୀ ଶିକ୍ଷା ଗ୍ରହଣ କରିବା ପାଇଁ ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଥିବାରୁ ବିଦ୍ୟାର୍ଥୀ ମାନେ ଏହାର ସୁବିଧା ପାଇ ପାରୁଛନ୍ତି । ଦେଶର ଅର୍ଥନୈତିକ ସୁଧାର ଉପରେ ଗବେଷକ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଏପରିକି ଗବେଷକଙ୍କ ସ୍ଥାନ ଦେଶରେ ସବୁଠୁ ଉଚ୍ଚରେ ରହିବା ଆବଶ୍ୟକ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ।

ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ସ୍ଥିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନର ୨୬ତମ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଅଧ୍ୟୟନ ସହ ଯୁବ ବର୍ଗ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବାକୁ ଆହ୍ବାନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାଉଥ ଫ୍ଲୋରିଡା ବିଶ୍ବ ବିଦ୍ୟାଳୟର ଡକ୍ଟର ସତ୍ୟ ପି ଦାସ ଏବଂ ଆଞ୍ଚଳିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ପ୍ରିୟଦର୍ଶୀ ତ୍ରିପାଠୀ ମଞ୍ଚାସୀନ ରହିଥିବା ବେଳେ କଲେଜର ପ୍ରତିଷ୍ଠାତା ଡାକ୍ତର ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଆମ ସେହିପରି ଅଧିକ ସମୟ ଧରି ପାଠ ପଢିବା ଅପେକ୍ଷା ଏକାଗ୍ରତାର ସହିତ କିଛି ମାତ୍ର ସମୟ ଅଦୟନ କରିବା ଛାତ୍ର ଜୀବନରେ ଅନେକ କିଛି ପରିବର୍ତ୍ତନ ଆଣିଥାଏ ।

ସେହିପରି ଏକ ରାତ୍ରୀ ଅନିଦ୍ରା ରହି ପାଠ ପଢି ତା' ପର ଦିନକୁ ନଷ୍ଟ ନ କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ସେହିପରି ଶିକ୍ଷା , ଗବେଷଣା ଦ୍ବାରା ଦେଶକୁ ଆହୁରି ସୃଦୃଢ କରାଯାଇ ପାରିବ ବୋଲି ଉପସ୍ଥିତି ବକ୍ତାମାନେ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରଫେସର ଡକ୍ଟର ଏମ ସୁରେଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ଆକାଂକ୍ଷା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details