ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ସୋରଡାର ମାଆ କନ୍ଧୁଣିଦେବୀଙ୍କ କଣ୍ଟାପିଢା ଯାତ୍ରା(Kantapidha Yatra) ଉଦଯାପିତ ହୋଇଯାଇଛି । ମହୋତ୍ସବର ଶେଷ ଦିନରେ ସୋରଡା ସହର ଦୁଲୁକିବା ସହ ନାଚଗୀତରେ ଝୁମିଥିଲେ ସହରବାସୀ । ଶନିବାର ମାଆଙ୍କ ପୀଠ ଘଣ୍ଟ ବାଜାରେ ଦୁଲୁକିବା ବେଳେ ଆଲୋକ ମାଳା ସହିତ ମିନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ଢେର ଉପଭୋଗ କରିଥିଲେ । ଚାରିଦିନ ହେଲା ମଣ୍ଡପରେ ଭଜନ, ବିଭିନ୍ନ ନାଚ ଗୀତ ସହିତ ମେଲୋଡିର କାର୍ଯ୍ୟକ୍ରମକୁ ଲୋକମାନେ ଭରପୁର ମଜା ନେଉଥିଲେ ।
ମିନା ବଜାର, ରାମ ଦୋଳି ସହିତ ବିଭିନ୍ନ ଷ୍ଟଲରେ ଲାଗିଥିବା ସୁସ୍ୱାଦ ଖାଦ୍ୟ ଖାଇ ଉପଭୋଗ କରୁଛନ୍ତି ଅଞ୍ଚଳବାସୀ । ମହାମାରୀ କୋରୋନା ଯୋଗୁଁ ମାଆଙ୍କ ଏହି ଯାତ୍ରା ସ୍ଥଗିତ ରହିଥିବା ବେଳେ ଚଳିତ ବର୍ଷ ଧୁମଧାମରେ ଖୁସି ମନା ଶନିବାର ଯାତ୍ରାର ଅନ୍ତିମ ଦିନ ରହିଥିବା ବେଳେ ମାକଣ୍ଟାଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମହୋତ୍ସବର ଚତୁର୍ଥ ଦିନରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ଉଷା ଦେବୀ, ରାଜେନ୍ଦ୍ର ଢୋଲକିଆ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ:ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ