ଓଡିଶା

odisha

ଜଳବାୟୁ ପରିବର୍ତ୍ତନ ଚିନ୍ତା, ବିଦେଶୀ ପ୍ରତିନିଧୀଙ୍କ ଉପସ୍ଥିତିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମୁକାବିଲା ନେଇ ଆଲୋଚନା

By ETV Bharat Odisha Team

Published : Oct 1, 2023, 8:05 PM IST

13ଟି ଦେଶର ପ୍ରତିନିଧୀଙ୍କ ଉପସ୍ଥିତିରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ

ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ନେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । 13ଟି ଦେଶର ପ୍ରତିନିଧୀଙ୍କ ଉପସ୍ଥିତିରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଗତ 29 ସେପ୍ଟେମ୍ବର ଓ 30 ସେପ୍ଟେମ୍ବର 2 ଦିନ ଧରି ଆୟୋଜିତ ହୋଇଥିଲା ଏହି ସମ୍ମିଳନୀ । ଏହି ସମ୍ମିଳନୀରେ ସ୍ଥାୟୀ ପରିବେଶ ଏବଂ ଇଣ୍ଟର୍ସପେସିସ୍ ଇକୋଲୋଜିସ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା ।

ଦେଶରେ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଏକ ପ୍ରକାର ଚିନ୍ତାଜନକ ବିଷୟ ପାଲଟୁଛି । ବାତ୍ୟା ହେଉକି ବନ୍ୟା ବୈଜ୍ଞାନିକମାନଙ୍କ ଦ୍ବାରା କାରଯାଇଥିବା ଗବେଷଣାର ଥିଓରୀ ଓ ପ୍ରାକ୍ଟିସ ପ୍ରତ୍ୟେକ ବିଶ୍ୱବାସୀଙ୍କ ନିକଟରେ ଏହାକୁ କିପରି ପହଞ୍ଚାଇପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରାଯାଇଥିଲା । ଗତ 2ଦିନ ଧରି ଚାଲିଥିବା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଆମ ଦେଶ ଭାରତ ବ୍ୟତୀତ ଅନ୍ୟ 13 ଗୋଟି ଦେଶର ପ୍ରତିନିଧିମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବରେ ପେନସିଲଭାନିଆର ପେନ୍ ଷ୍ଟେଟ୍ ୟୁନିଭରସିଟିର ପ୍ରଫେସର ଥୋମାସ୍ ଜୟ ଲିନ୍ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଅନ୍ୟତମ ଅତିଥି ଭାବରେ ବ୍ରାଜିଲର ପାରାନା ବିଶ୍ୱବିଦ୍ୟାଳୟର ପ୍ରଫେସର ମରିୟମ୍ ଆଡେଲମ୍ୟାନ୍, ପୋଲାଣ୍ଡର ରେଜଜୋ ବିଶ୍ୱବିଦ୍ୟାଳୟର ଡକ୍ଟର ପାଟ୍ରିଜା ଅଷ୍ଟିନ, ରେଜୋ ବିଶ୍ୱବିଦ୍ୟାଳୟର ଡକ୍ଟର ଲୁକାସ୍ ବାର୍ସିଙ୍କି ଏବଂ ରେଜୁ ବିଶ୍ୱବିଦ୍ୟାଳୟର ପ୍ରଫେସର ମ୍ରିଦୁଲ ବୋର୍ଡୋଲାଇ ପ୍ରମୁଖ ଯୋଗ ଦେଇ ଏହି ସମ୍ମିଳନୀର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ଯୁବ ଓଡ଼ିଶା ସମ୍ମିଳନୀ ଆୟୋଜିତ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା

ଦେଶ ତଥା ବିଦେଶରେ ହେଉଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋଚନା କରାଯାଇଥିଲା । ଯେପରି ଯମୁନା ନଦୀରେ ବନ୍ୟା ପରିସ୍ଥିତି, ଉତ୍ତରାଖଣ୍ଡରେ ଭୂସ୍ଖଳନ ତଥା ବିଦେଶରେ ସାଇକ୍ଲୋନିକ୍ ଝଡ, ଅସ୍ୱାଭାବିକ ଘଟଣା ଓ ତାର କାରଣ ଏବଂ ବିଭିନ୍ନ ସମାଧାନର ପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ତଥା ଜାତୀୟ ପ୍ରତିନିଧୀଙ୍କ ମିଶାଇ ପ୍ରାୟ ୨୧୫ ଜଣ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଗତ ଦୁଇ ଦିନ ମଧ୍ୟରେ ସାତଟି ଯାନ୍ତ୍ରିକ ଅଧିବେଶନର ଚର୍ଚ୍ଚା ହୋଇଥିବା ବେଳେ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ପ୍ରତ୍ୟେକ ବୈଷୟିକ ଅଧିବେଶନକୁ ପାଞ୍ଚଟି ସମାନ୍ତରାଳ ଅଧିବେଶନରେ ବିଭକ୍ତ କରାଯାଇଥିଲା ।

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details