ଓଡିଶା

odisha

ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

By ETV Bharat Odisha Team

Published : Oct 27, 2023, 10:50 AM IST

ଗଜପତି ଗସ୍ତରେ ଆସି ପାରଳାଖେମୁଣ୍ଡି ଏବଂ ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା । ଅଧିକ ପଢ଼ନ୍ତୁ

East Coast Railway general manager
East Coast Railway general manager

ଗୁଣପୁର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ଏବଂ ଗୁଣପୁର ଗସ୍ତରେ ଆସି ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନ ପୁନଃନିର୍ମାଣ କାମ ତଦାରଖ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା। ପାରଳାଖେମୁଣ୍ଡି ଠାରେ ମଧ୍ୟାହ୍ନ ପ୍ରାୟ ୧ଟା ପହଞ୍ଚି ସ୍ଥାନୀୟ ରେଳ ଅଧିକାରୀଙ୍କ ସହ ଏଠାକାର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ଭେଟି ଲୋକଙ୍କ ବିଭିନ୍ନ ଦାବି ଶୁଣିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ପାରଳାଖେମୁଣ୍ଡିରେ ଜାରି ରହିଥିବା ଷ୍ଟେସନ ନିର୍ମାଣ କାମ ତୁରନ୍ତ ସାରିବା ସହ ଦ୍ବିତୀୟ ପ୍ଲାଟଫର୍ମ ନିର୍ମାଣ କରିବାକୁ ଦାବି କରିଥିଲେ ।

ସେହିପରି ରେଳ ଚଳାଚଳରେ ଅହେତୁକ ବିଳମ୍ବ ହେଉଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସ୍ବାଭାବିକ ସମୟରେ ରେଳ ଚଳାଚଳ କରାଇବାକୁ ଲୋକେ ଦାବି କରିଥିଲେ । ମହାପ୍ରବନ୍ଧକଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ ମଧ୍ୟ ତାଙ୍କୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଭେଟି ଏଠାକାର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ମହାପ୍ରବନ୍ଧକଙ୍କ ସହ ୱାଲ୍ଟିୟର ଡିଭିଜନର ଡିଆରଏମ ସୌରଭ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ହୀରାକୁଦ ରେଳ ଷ୍ଟେସନକୁ କରାଯିବ ପୁନଃ ବିକାଶ, ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ପ୍ରକଳ୍ପ ସମୀକ୍ଷା

ଲୋକଙ୍କ ସମସ୍ତ ଦାବି ଶୁଣିବା ପରେ ମହାପ୍ରବନ୍ଧକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବର୍ତ୍ତମାନ ପାରଳାଖେମୁଣ୍ଡି ଓ ଗୁଣପୁର ରେଳ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି । ଏହାକୁ କିଭଳି ତୁରନ୍ତ ଶେଷ କରାଯିବ ସେଥିପ୍ରତି ପ୍ରାଥମିକତା ଦିଆଯାଉଛି । ଗୁଣପୁର-ନୌପଡ଼ା ମଧ୍ୟରେ ରେଳ ଲାଇନ ମରାମତି କାମ ମଧ୍ୟ ଜାରି ରହିଛି । ଏହା ସରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇପାରିବ । ସେହିପରି ନୂଆ ରେଳ ଚଳାଚଳ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ । ସମସ୍ତ କାମ କରିବା ପରେ ଏନେଇ ଚିନ୍ତା କରାଯିବ ।

ଗତ ଜୁଲାଇ ମାସରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମ୍ବଲପୁର ଗସ୍ତ କରିଥିଲେ । ହୀରାକୁଦ ରେଳ ଷ୍ଟେସନକୁ ପୁନଃ ବିକଶିତ କରାଯିବା ନେଇ ଆଲୋଚନା କରିଥିଲେ । ସରଲା ଷ୍ଟେସନରେ ମାଲବାହୀ ଟ୍ରେନ୍‌ର ୱାଗନ ରୁଟିନ୍ ଓଭର-ହାଉଲିଂ (ROH) ସହ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପରାମର୍ଶ ଦେଇଥିଲେ ମହାପ୍ରବନ୍ଧକ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details