ଓଡିଶା

odisha

ଛାଡଖାଇ ପାଇଁ ଭୁଲିଗଲେ ସାମାଜିକ ଦୂରତା, ମାନିଲେନି କଟକଣା

By

Published : Dec 3, 2020, 7:54 AM IST

ଢେଙ୍କାନାଳ ଜିଲ୍ଲାରେ ଛାଡଖାଇ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା। ମାଛ ମାଂସ ଦୋକାନରେ ଲଗାଇଲେ ପ୍ରବଳ ଭିଡ। ଅଧିକ ପଢନ୍ତୁ...

ଛାଡଖାଇ ପାଇଁ ଭୁଲିଗଲେ ସାମାଜିକ ଦୂରତା, ମାନିଲେଣି କଟକଣା
ଛାଡଖାଇ ପାଇଁ ଭୁଲିଗଲେ ସାମାଜିକ ଦୂରତା, ମାନିଲେଣି କଟକଣା

ଢେଙ୍କାନାଳ: କାର୍ତ୍ତିକ ପୂର୍ଣ୍ଣିମାର ଦିନକ ପରେ ବୁଧବାର କାରଣରୁ ଧୂମରେ ଛାଡଖାଇ ପାଳିଲେ ଲୋକେ । ଯାହାକୁ ନେଇ ମାଛ ଓ ମାଂସ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଲୋକମାନେ ସାମାଜିକ ଦୂରତା ଭୁଲିଯାଇ ମାଛ ମାଂସ କିଣିବାରେ ବ୍ୟସ୍ତଥିବା ଦେଖାଯାଇଛି।

ଛାଡଖାଇ ପାଇଁ ଭୁଲିଗଲେ ସାମାଜିକ ଦୂରତା, ମାନିଲେଣି କଟକଣା

ସୁଚନା ମୁତାବକ, କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଲୋକମାନେ ଏହି ମାସ ସାରା ଆମିଷ ନଖାଇ ବ୍ରତ କରିଥାନ୍ତି। ସେଥିପାଇଁ ସମସ୍ତେ ଆମିଷ ଖାଇବାକୁ ଛାଡଖାଇ ଦିନକୁ ଚାହିଁ ରହିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡଖାଇ ପଡିଥାଏ । ତେବେ ଚଳିତ ବର୍ଷ ଛାଡଖାଇ ମଙ୍ଗଳବାର ପଡିଥିବାରୁ ଲୋକମାନେ ଛାଡଖାଇ ପାଳି ନ ଥିଲେ। ଯାହାକୁ ନେଇ ବୁଧବାର ଆମିଷପାଳି ଥିବାରୁ ଲୋକମାନେ ଛାଡଖାଇ ପାଳନ କରିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details