ଓଡିଶା

odisha

Elephant Terror: ଢେଙ୍କାନାଳରେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା

By

Published : Dec 25, 2022, 12:41 PM IST

ଢେଙ୍କାନାଳ ବନଖଣ୍ଡ କଲଦା ଗ୍ରାମରେ ହାତୀ ଆତଙ୍କ । ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

farmer died after elephant attack
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳରେ ହାତୀ ଆତଙ୍କ

ଢେଙ୍କାନାଳ:ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ରମେଶ ଚନ୍ଦ୍ର ସାହୁ ।

ଏହା ମଧ୍ୟ ପଢ଼ନ୍ତୁ:ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ସୂଚନା ମୁତାବକ, ଆଜି (ରବିବାର) ସକାଳେ ରମେଶ ବାଇକ ଯୋଗେ ପୋଖରୀକୁ ମାଛ ଦାନା ନେଇ ଯାଉଥିବା ବେଳେ କଲଦା ଆମ୍ବପଳାସ ଟାସିରି ରାସ୍ତାରେ ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀଟି ସାମ୍ନା ପଟୁ ଆସି ଶୁଣ୍ଢରେ ଟେକି କଚାଡି ଦେବା ସହ ଛାତିରେ ମଡ଼ା ପକାଇ ଦେଇଥିଲା । ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସେପଟେ ଗୋଠ ଛଡା ଦନ୍ତା ହାତୀ ଅଞ୍ଚଳରେ ଆତଙ୍କିତ ଖେଳାଇ ଥିବା ବେଳେ ବନ ବିଭାଗ ଉକ୍ତ ହାତୀ ଗତିପଥ ଉପରେ ନଜର ନ ରଖିବା ନେଇ , ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଭୁବନେଶ୍ୱରକୁ ଫେରିଛି ପଥୋତ୍ସବ, ନାଚି ଗାଇ ମତୁଆଲା ହେଲେ ରାଜଧାନୀବାସୀ

ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ କାମାକ୍ଷାନଗର ସହର ନିକଟରେ 11 ଟିକିଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଲିଥିଲା । ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରିବା ସହ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ । ରାତିରେ ହାତୀପଲକୁ ବନବିଭାଗ ପଶ୍ଚିମାଞ୍ଚଳ ରେଞ୍ଜ ସାରୁଆଳି ଜଙ୍ଗଲକୁ ଯେନତେନ ପ୍ରକାରେ ଛାଡି ଦେଇଥିଲେ । ହେଲେ ପୁନର୍ବାର ସକାଳୁ ଏହି ହାତୀପଲ କାମାକ୍ଷାନଗର ସହରକୁ ପଳାଇ ଆସିଥିଲେ । ଫଳରେ ମଢିପସି ଓ ଜିରିଡାମାଳି ଅଞ୍ଚଳକୁ ହାତୀପଲ ଯାଇ ବ୍ୟାପକ ଧାନ ଫସଲକୁ ଦଳି ଚକଟି ନଷ୍ଟ କରିଦେଇଥିଲେ ।

ଢେଙ୍କାନାଳ, ଇଟିଭି ଭାରତ

ABOUT THE AUTHOR

...view details