ETV Bharat / state

ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ

author img

By

Published : Dec 25, 2022, 11:06 AM IST

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଦିଲ୍ଲୀ ବିଜେପି ସାଂସଦ ତଥା ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର
gautam gambhir reached bhubaneswar

gautam gambhir reached bhubaneswar

ଭୁବନେଶ୍ବର: ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିଲ୍ଲୀ ବିଜେପି ସାଂସଦ ତଥା ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଅନୁଗୋଳ ସହରର କଦମ ପଡିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉଭୟେ ଅନୁଗୋଳ ଅଭିମୁଖେ ଯାତ୍ରା କରିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବାଜା ଢୋଲରେ କମ୍ପି ଉଠିଥିଲା ପରିସର । ବିମାନବନ୍ଦରରେ ଅପେକ୍ଷା କରି ରହିଥିବା ଦଳୀୟ କର୍ମକର୍ତ୍ତା ଉଭୟଙ୍କୁ ପୁ୍ଷ୍ପଗୁଚ୍ଛ ଦେବା ସହିତ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ । ଏହା ପୂର୍ବରୁ ଗତବର୍ଷ ମଇ 4 ତାରିଖରେ ଭୁବନେଶ୍ବର ଆସିଥିଲେ ଗୌତମ ଗମ୍ଭୀର । ଏକ ଘରୋଇ ଟିଭି ଚ୍ୟାନେଲର ବାର୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିଲେ ।

ଏହା ବି ପଢନ୍ତୁ...ବିଦ୍ୟାଳୟରେ ଶିଶୁର ବୌଦ୍ଧିକ ଶକ୍ତିର ବିକାଶ ଘଟେ: ମୁନା ଖାଁ

ଭାରତୀୟ କ୍ରିକେଟର ଜଣେ ଜଣାଶୁଣା ଖେଳାଳି ଗୌତମ ଗମ୍ଭୀର । ନିକଟରେ 41ବର୍ଷରେ ପାଦ ଥାପିଛନ୍ତି ଏହି ପୂର୍ବତନ କ୍ରିକେଟର । ୨୦୦୭ ଓ ୨୦୨୧ ବିଶ୍ବକପରେ ଜଣେ ହିରୋ ଥିଲେ ଗୌତମ ଗମ୍ଭୀର । ବର୍ତ୍ତମାନ ପୂର୍ବ ଦିଲ୍ଲୀ ବିଜେପି ସାଂସଦ ଅଛନ୍ତି ଗୌତମ ଗମ୍ଭୀର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.