ଓଡିଶା

odisha

ଲକ୍ଷ୍ମୀପୂଜାରେ ସରସ ମେଳାର ମଜା ନେଉଛନ୍ତି ଲୋକେ

By

Published : Oct 18, 2019, 2:17 AM IST

ଢେଙ୍କାନାଳର ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସ ମେଳା । ଏହି ମେଳାର ଉପଭୋଗ ଆସନ୍ତା ୨୩ ତାରିଖ ଯାଏଁ ଜିଲ୍ଲାବାସୀଙ୍କ ସମେତ ପଆଖପାଖ ଅଞ୍ଚଳର ଲୋକମାନେ ନେଇ ପାରିବେ ।

ଲକ୍ଷ୍ମୀ ପୂଜା

ଢେଙ୍କାନାଳ: ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜାର ମଜା ନେଉଛନ୍ତି ଢେଙ୍କାନାଳବାସୀ । ଏହି ପୂଜା ଉପଲକ୍ଷେ ଢେଙ୍କାନାଳ ମହିଷାପାଟ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସ ମେଳା । ଏହି ମେଳା ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ । ପୂଜା ବୁଲି ଆସୁଥିବା ଲୋକମାନେ ଏହି ସରସ ମେଳାର ମଧ୍ୟ ମଜା ନେଉଛନ୍ତି ।

ଗଜ ଲକ୍ଷ୍ମୀପୂଜା ସହ ସରସ ମେଳାର ଦେଖଣା ହାରି ମଜା ନେଉଛନ୍ତି

ଏଥିରେ ରାଜ୍ୟର ୩୦ ଜିଲ୍ଲା ସମେତ ୨୪ଟି ରାଜ୍ୟର ହସ୍ତ ଶିଳ୍ପୀ କାରିଗର ୫୦୦ ଷ୍ଟଲରେ ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଏହା ଛଡା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ୨୦ଟି ଷ୍ଟଲ ଖୋଲାଯାଇଛି।

ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ମେଳା ପରିସରରେ ନିର୍ମିତ ମଞ୍ଚରେ ଲୋକନୃତ୍ୟ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ତେବେ ପୂଜ ବୁଲା ସହ ଲୋକମାନେ ଏହି ମେଳାରେ ସୁସ୍ଵାଦୁ ଖାଇବାର ମଜା ଏବଂ ଘରକରଣା ଜିନିଷ ମଧ୍ୟ କିଣୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପଲକ୍ଷେ ଢେଙ୍କାନାଳ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସମେଳାBody:। ଏହି ମେଳା ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ଯାଏ ଚାଲିବ। ଏଥିରେ ଓଡ଼ିଶାର ୩୦ ଜିଲା ସମେତ ୨୪ ରାଜ୍ୟ ହସ୍ତ ଶିଳ୍ପୀ ୫୦୦ ଷ୍ଟଲରେ ସେମାନଙ୍କ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉପକରଣ ସାମଗ୍ରୀ ପ୍ରଦର୍ଶିତ କରିବା ସହ ବିକ୍ରି କରୁଛନ୍ତି । ଏହା ଛଡା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ୨୦ଟି ଷ୍ଟଲ ଖୋଲାଯାଇଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ମେଳା ପରିସରରେ ନିର୍ମିତ ମଞ୍ଚରେ ଲୋକନୃତ୍ୟ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । Conclusion:ଚାଲିଥିବା ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଦେଖିବାକୁ ଆସୁଥିବା ପରତିତି ଦେଖଣାହଋ ଏହି ସରସ ମେଳା ମଧ୍ୟ ମଜା ନେଉଛନ୍ତି । ପୂଜା ଦେଖିବା ସହ ସୁ ସ୍ଵାଦୁ ଖାଇବାର ମଜା ଏବଂ ଘରକରଣା ଜିନିଷ ମଧ୍ୟ କିଣୁ ଛନ୍ତି ।

ABOUT THE AUTHOR

...view details