ଓଡିଶା

odisha

ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି, କୋଟିଏ ଟଙ୍କାର ସମ୍ପତ୍ତି ଲୁଟ

By

Published : Jan 12, 2022, 7:05 PM IST

ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି (Gramya bank loot in rasola) । ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ । ଅଧିକ ପଢନ୍ତୁ

Gramya bank loot in rasola
ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି,କୋଟିଏ ଟଙ୍କାର ସମ୍ପତ୍ତି ଲୁଟ

ଢେଙ୍କାନାଳ: ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି (Gramya bank loot in rasola) । ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ । କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଲୁଟିଲେ ୪ ଲୁଟେରା । ପୋଲିସର ଛାନଭିନ ଜାରି ରହିଛି । ସୂଚନାଅନୁଯାୟୀ ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ରାସୋଳ ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଗ୍ରାମ୍ୟ ବ୍ୟାଙ୍କରୁ ଆଜି ଆପରାହ୍ନରେ ଟଙ୍କା ଓ ସୁନା ଗହଣା ମିଶି ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ ହୋଇଛି ।

ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି,କୋଟିଏ ଟଙ୍କାର ସମ୍ପତ୍ତି ଲୁଟ

ଲୁଟେରା ମାନେ ମାରଣାସ୍ତ୍ର ଦେଖାଇ କର୍ମଚାରୀଙ୍କୁ ଆକ୍ରମଣ ସହ ଟଙ୍କା ସୁନା ଓ କମ୍ପୁଟର ହାର୍ଡଡିସ୍କ ଲୁଟି ନେଇଛନ୍ତି । ଦୁଇଟି ବୁଲେଟରେ 4 ଜଣ ଲୁଟେରା ଅଚାନକ ଆସିଥିଲେ। ସମସ୍ତେ ମୁଖା ପିନ୍ଧିବା ସହ ବନ୍ଧୁକ ଏବଂ ଛୁରୀ ଧରିଥିଲେ। ବ୍ୟାଙ୍କର କ୍ୟାସିୟର ଏବଂ ଫିଲ୍ଡ ଅଫିସରଙ୍କୁ ପ୍ରଥମେ ଆହତ ମଧ୍ୟ କରି ଭୟଭୀତ କରାଇ ଲୁଟ କରିଥିଲେ।ଏକ କୋଠରୀରେ ସମସ୍ତ କର୍ମଚାରୀଙ୍କୁ ବନ୍ଦୀ କରି କମ୍ପ୍ୟୁଟର ହାର୍ଡ ଡିସ୍କ ସହ ମଧ୍ୟ ନେଇ ଯାଇଥିବା ସୂଚନା ମିଳିଛି।

ଖବର ପାଇ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ଏବେ ଅଧିକ ତଦନ୍ତ ଚଳାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details