ଓଡିଶା

odisha

କୋଭିଡ ଗାଇଡଲାଇନରେ ହେବ ଢେଙ୍କାନାଳ ଲକ୍ଷ୍ମୀପୂଜା, ବିନା ଶୋଭାଯାତ୍ରାରେ ଭସାଣୀ

By

Published : Oct 6, 2020, 10:20 PM IST

କୁମାର ପୂର୍ଣ୍ଣମୀ ଅବସରରୁ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Coordinating meeting of the administration with the Laxmipuja  Committee
ଲକ୍ଷ୍ମୀପୂଜା ମିଳିତ ବଜାର କମିଟିକୁ ନେଇ ପ୍ରଶାସନର ସମନ୍ୱୟ ବୈଠକ

ଢେଙ୍କାନାଳ: ଆସନ୍ତା ୩୦ ତାରିଖରୁ ପାରମ୍ପରିକ ଢେଙ୍କାନାଳର ଲକ୍ଷ୍ମୀପୂଜା । ଲକ୍ଷ୍ମୀପୂଜା ମିଳିତ ବଜାର କମିଟିକୁ ନେଇ ପ୍ରଶାସନର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ପାଳିତ ହେବ ମା'ଙ୍କ ପୂଜା।

ଲକ୍ଷ୍ମୀପୂଜା ମିଳିତ ବଜାର କମିଟିକୁ ନେଇ ପ୍ରଶାସନର ସମନ୍ୱୟ ବୈଠକ
କୁମାର ପୂର୍ଣ୍ଣମୀ ଅବସରରୁ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଲକ୍ଷ୍ମୀପୂଜା ମିଳିତ ବଜାର କମିଟିର ସଭାପତି, ଶାନ୍ତି କମିଟିର ସଭାପତି, ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କୋଭିଡ ଗାଇଡ଼ ଲାଇନ ମଧ୍ୟରେ ଆସନ୍ତା ୩୦ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପୂଜା ହେବ । କୌଣସି ଉତ୍ସବ କିମ୍ବା ବାଦ୍ୟଯନ୍ତ୍ର ସାଜସଜ୍ଜା ଓ ସାଧାରଣ ଦର୍ଶନ ଉପରେ କଡା କଟକଣା ରହିଛି ।


କୋଭିଡ ନୀତି ନିୟମ ମଧ୍ୟରେ କେବଳ ପରମ୍ପରା ରଖି ମା'ଙ୍କ ପୂଜାରେ ସୀମିତ ରହିବ ଏହି ଉତ୍ସବ । ନଭେମ୍ବର ୯ ତାରିଖରେ ବିନା ଶୋଭାଯାତ୍ରାରେ ମା'ଙ୍କର ବିସର୍ଜନ ପୂର୍ବାହ୍ନ ୧୧ଟା ମଧ୍ୟରେ ସାରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details