ଓଡିଶା

odisha

'ଫିର୍ ଆଏଗା ମୋଦି' କ୍ୟାସେଟ ଉନ୍ମୋଚନ କଲା ବିଜେପି

By ETV Bharat Odisha Team

Published : Dec 28, 2023, 11:24 AM IST

Updated : Dec 29, 2023, 10:11 AM IST

Viksit Bharat Sankalp Yatra: ଢେଙ୍କାନାଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା । ବିଜେପି ପକ୍ଷରୁ ଦୁଇଟି ଅଡିଓ ଓ ଭିଡିଓ ଉନ୍ମୋଚନ । ଅଧିକ ପଢନ୍ତୁ

"ଫିର ଆଏଙ୍ଗେ ମୋଦି" ଙ୍କ କ୍ୟାସେଟ ଉନ୍ମୋଚନ କଲା ବିଜେପି
"ଫିର ଆଏଙ୍ଗେ ମୋଦି" ଙ୍କ କ୍ୟାସେଟ ଉନ୍ମୋଚନ କଲା ବିଜେପି

'ଫିର୍ ଆଏଗା ମୋଦି' କ୍ୟାସେଟ ଉନ୍ମୋଚନ କଲା ବିଜେପି

ଢେଙ୍କାନାଳ:ବିଜେପି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ନେଇ ଗାଁ ଗାଁରେ ପହଞ୍ଚିଛି । ଢେଙ୍କାନାଳ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଛି । ଲୋକଙ୍କ ପାଖରେ କିଭଳି କେନ୍ଦ୍ର ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚିବ ସେନେଇ ଦଳ କାର୍ଯ୍ୟ କରୁଛି । ଏହି ଅବସରରେ ବୁଧବାର ରାଜ୍ୟ ବିଜେପି ପକ୍ଷରୁ ଦୁଇଟି ଅଡିଓ ଓ ଭିଡିଓ କ୍ୟାସେଟ ଉନ୍ମୋଚନ କରାଯାଇଛି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ବିଜେପି ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ କରି ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ମାଧ୍ୟମ କରି ଦୁଇଟି ଅଡିଓ ଓ ଭିଡିଓ ଉନ୍ମୋଚନ କରାଯାଇଛି । ମୋଦି ଗ୍ୟାରେଣ୍ଟି ତଥା 'ଫିର୍ ଆଏଗା ମୋଦି' ସହ 'ଆମ ଭାଇ ଧର୍ମେନ୍ଦ୍ର ପ୍ରଧାନ' ନାମରେ ଏହି ଦୁଇଟି ଅଡିଓ ଭିଡିଓ କ୍ୟାସେଟ ଉନ୍ମୋଚନ କରାଯାଇଛି । ତା' ସହିତ ମୋଦି ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକୁ ନେଇ ନୂତନ ବର୍ଷର ଏକ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚନ କରାଯାଇଛି । ଏହାକୁ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉନ୍ମୋଚନ କରିଥିଲେ ।

ଏହା ମଧ୍ୟ ପଢନ୍ତ...ସ୍କୁଲ କଲେଜରେ ଆଉ ଶୈକ୍ଷିକ ବାତାବରଣ ନାହିଁ: ବିଜେପି

ସମୀର ମହାନ୍ତି କହିଛନ୍ତି, '' ଫିର୍ ଆଏଗା ମୋଦି ଟ୍ୟାଗ ଲାଇନରେ ବିକଶିତ ଭାରତର ସଂକଳ୍ପ ନେବା ପାଇଁ ଆଉ ମୋଦିଙ୍କର ଯେଉଁ ଗ୍ୟାରେଣ୍ଟି ରହିଛି ତାହା ବିଗତ ସାଢେ ୯ ବର୍ଷ ମଧ୍ୟରେ ଭାରତବାସୀ ଅନୁଭବ କରି ସାରିଛନ୍ତି । ତା' ସହିତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସ୍ୱାର୍ଥ ରକ୍ଷା ପାଇଁ ତଥା ଓଡ଼ିଶା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହରହ ପରିଶ୍ରମ କରିଆସୁଛନ୍ତି । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ତଥା ବିକଶିତ ଭାରତର ଲକ୍ଷ୍ୟ ନେଇ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ତଥା ପ୍ରଚାର ପ୍ରସାର ପାଇଁ ଦଳ ପ୍ଲାନ ପ୍ରସ୍ତୁତ କରିଛି ।"

ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିବା ଦେଖାଯାଇଥିଲା । ତେବେ ଫିର୍ ଆଏଙ୍ଗେ ମୋଦି ଗୀତର ତାଳେ ତାଳେ ଉପସ୍ଥିତ ବିଜେପି କର୍ମୀମାନେ ନାଚି ଉଠିଥିଲେ । ବିଜେପି କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ଦେଖିବାକୁ ମିଳିଥିଲା l

ଇଟିଭି ଭାରତ, ଢେଙ୍କାନାଳ

Last Updated :Dec 29, 2023, 10:11 AM IST

ABOUT THE AUTHOR

...view details