ଓଡିଶା

odisha

ଫୁଲ ତୋଳିବାକୁ ଯାଇ ପାଇଖାନା ଟାଙ୍କିରେ ଖସି ପଡିଲେ ମହିଳା, ଚାଲିଗଲା ଜୀବନ

By

Published : Jun 30, 2023, 10:24 AM IST

Updated : Jun 30, 2023, 12:18 PM IST

ଫୁଲ ତୋଳିବାକୁ ଯାଇଥିଲେ ମହିଳା ପାଇଖାନା ଟାଙ୍କିରେ ଖସି ଚାଲିଗଲା ଜୀବନ । କଟକ ଯୋବ୍ରା ଅଞ୍ଚଳରେ ଘଟିଛି ଏପରି ଦୁଃଖଦ ଘଟଣା ।

septic tank
septic tank

ପାଇଖାନା ଟାଙ୍କିରେ ଖସି ମହିଳା ମୃତ

କଟକ: ସବୁଦିନ ପରି ଫୁଲ ତୋଳିବାକୁ ଯାଇଥିଲେ । ଜାଣି ନଥିଲେ ଆଜି ଫୁଲ ତୋଳିବା ତାଙ୍କ ପାଇଁ କାଳ ହେବ । ପାଇଖାନାରେ ଟାଙ୍କିରେ ଖସି ଚାଲିଯିବ ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି କଟକର ଯୋବ୍ରା ଅଞ୍ଚଳରେ । ଫୁଲ ତୋଳିବା ବେଳେ ପାଇଖାନା ଟାଙ୍କିରେ ଖସି ପଡି ଚାଲି ଯାଇଛି ମହିଳାଙ୍କ ଜୀବନ । ମୃତ ମହିଳା ହେଲେ 58 ବର୍ଷୀୟ ଜୟନ୍ତୀ ରାଉତ ।

ସୂଚନା ଅନୁସାରେ, ଆଜି(ଶୁକ୍ରବାର) ସକାଳ ପ୍ରାୟ 5 ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ । ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା ଟାଙ୍କିର ସ୍ଲାବ ଉପରେ ଛିଡା ହୋଇ ଯିବା ଯୋଗୁଁ ସ୍ଲାବଟି ଭାଙ୍ଗି ଯାଇଥିଲା। । ଫଳରେ ଜୟନ୍ତୀ ଟାଙ୍କି ଭିତରକୁ ପଶି ଯାଇଥିଲେ । ଏହା ପରେ ଟାଙ୍କି ନିକଟରେ ଗଦା ଯାଇ ଥିବା ଗୋଡି ଗୁଡିକ ତାଙ୍କ ଉପରେ ଲଦି ହୋଇ ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଜୟନ୍ତୀଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ପଠାଇ ଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଗଛରେ ପିଟି ହେଲା କାର୍, 3 ମୃତ

କାଳ ହେଲା ଫୁଲ ତୋଳିବା ନିଶା:ଜୟନ୍ତୀ ଫୁଲ ତୋଳିବା ନିଶା ତାଙ୍କ ପାଇଁ କାଳ ହୋଇଛି । ସ୍ବାମୀ ମନୋରଂଜନ ରାଉତଙ୍କ କହିବାନୁସାରେ, ‘ଜୟଶ୍ରୀ ଆଜି ଭୋର ସମୟରେ ଫୁଲ ତୋଳିବା ପାଇଁ ଯାଇଥିଲେ । ହେଲେ ଫୁଲ ତୋଳିବା ସମୟରେ ହଠାତ୍‌ ପାଇଖାନା ଟାଙ୍କି ଉପରେ ପଡିଥିବା ସ୍ଲାପ ଖସି ଯିବାରୁ ପାଇଖାନା ଟାଙ୍କିକୁ ଖସି ପଡ଼ିଥିଲେ । ହୃଦ ଜନିତ ରୋଗ ରହିଥିବାରୁ ଘଟଣା ସ୍ଥଳରେ ସମ୍ପୂର୍ଣ୍ଣ ଅଚେତ ହୋଇଯାଇଥିଲେ ।’

ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି 45 ମିନିଟରୁ ଊର୍ଦ୍ଧ୍ଵ ସମୟ ଧରି ଉଦ୍ଧାର କାର୍ଯ୍ୟ କରିବା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜୟନ୍ତୀଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକେ । ସେପଟେ ପରିବାରଲୋକେ ଜୟନ୍ତୀଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି । କିଏ ଜାଣିଥିଲା ଫୁଲ ଗଛ ତଳେ ଛପିଥିଲା ମୃତ୍ୟୁ ।

ଇଟିଭି ଭାରତ, କଟକ

Last Updated : Jun 30, 2023, 12:18 PM IST

ABOUT THE AUTHOR

...view details