ଓଡିଶା

odisha

CMC ନିରାକାର ସଂସ୍ଥା ବିରୋଧରେ ଗର୍ଜିଲେ କର୍ମଚାରୀ, ପୁନଃନିଯୁକ୍ତି ଦାବି

By

Published : Nov 24, 2022, 12:48 PM IST

ସିଏମସି ନିରାକାର ସଂସ୍ଥା ବିରୋଧରେ ଗର୍ଜିଲେ କର୍ମଚାରୀ , ପୁନଃନିଯୁକ୍ତି ଦାବି

କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଆଗମୀ ଦିନରେ ଏହି କର୍ମଚାରୀ ମାନଙ୍କୁ ପୁନଃ ଥଇଥାନ କରିବା ନେଇ ଲକ୍ଷ ରଖିଛି ସିଏମସି । ଅଧିକ ପଢନ୍ତୁ

କଟକ:କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଠିକା ସଂସ୍ଥା ହଠାତ୍ କାମ ବନ୍ଦ କରିଦେବାରୁ ଶତାଧିକ ସଫେଇ କର୍ମଚାରୀ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ଏହି କର୍ମଚାରୀ ମାନଙ୍କୁ ପୁନଃ ଥଇଥାନ କରିବା ନେଇ ଲକ୍ଷ୍ୟ ରଖିଛି ସିଏମସି ।

ସିଏମସି ନିରାକାର ସଂସ୍ଥା ବିରୋଧରେ ଗର୍ଜିଲେ କର୍ମଚାରୀ , ପୁନଃନିଯୁକ୍ତି ଦାବି

ତେବେ ଏମାନେ ଦୀର୍ଘ ୧୫ ବର୍ଷ ଧରି କଟକ ସହରର ବିଭିନ୍ନ ୱାର୍ଡରେ କୁଲି, ମଶା ନିପାତ୍ କରିବା ଭଳି କାର୍ଯ୍ୟ କରୁଥିଲେ । ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଏମାନଙ୍କୁ କାମ ମଧ୍ୟ ଦିଆଯାଇଥିଲା । ହେଲେ ହଠାତ୍ ଗତ ୧୦ ଦିନରୁ ସେମାନଙ୍କୁ ଆଉ କାମ ଦିଆଯାଉ ନାହିଁ। ଏଥିସହ ସେମାନଙ୍କୁ କାମରୁ ବାହାର କରି ଦିଆଯାଇଛି ବୋଲି ଖବର ମିଳିଥିଲା । ଏନେଇ ପରେ ସମସ୍ତେ ଏକାଠି ହୋଇ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାଛଡା ତୁରନ୍ତ କାମ ଦେବାକୁ ଦାବି କରିଥିବା ବେଳେ ସେପଟେ ଏନେଇ ଠିକା କର୍ମଚାରୀ ସଂଗଠନ ଓ ଅନେକ କର୍ପୋରେଟର ସିଏମସି କମିସନର ଓ ମେହେରଙ୍କ ସହ ଆଲୋଚନା କରିଛନ୍ତି ।

ଅନ୍ୟପଟେ ଏନେଇ ସେମାନଙ୍କୁ ଥଇଥାନ ଖୁବଶୀଘ୍ର କରାଯିବ ବୋଲି ସିଏମସି କମିସନର ସୂଚନା ଦେଇଛନ୍ତି । ତେବେ କହିବାକୁ ଗଲେ ଠିକା କାର୍ଯ୍ୟ କହିଲେ ଏମାନଙ୍କ ଜୀବନ । ଦିନରେ ଗଲେ ସଞ୍ଜରେ ଜଳେ ଚୁଲି । ଏପରି ସ୍ଥିତିରେ ଏମାନଙ୍କ ଚାକିରିରୁ ବିଦା କରିବା ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ,କଟକ

ABOUT THE AUTHOR

...view details