ଓଡିଶା

odisha

ପରୀ ହତ୍ୟାକାଣ୍ଡ ଘଟଣା, ହାଇକୋର୍ଟରେ ଆଉ ଏକ ମିସକେସ ଦାୟର

By

Published : Dec 30, 2020, 9:28 PM IST

ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆଜି(ବୁଧବାର) ପୁଣି ଏକ ମିସ କେସ ଦାୟର କରାଯାଇଛି। ଏତଲାରେ ନାଁଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ମିସକେସ ଦାୟର
ଭାରତୀୟ ବିକାଶ ପରିଷଦ ପକ୍ଷରୁ ମିସକେସ ଦାୟର

କଟକ: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ପୁଣି ଏକ ମିସ କେସ ଦାୟର । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆଜି(ବୁଧବାର) ପୁଣି ଏକ ମିସ କେସ ଦାୟର କରାଯାଇଛି। ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ମିସକେସ ଦାୟର

ଏସଆଇଟି ପକ୍ଷରୁ ସରୋଜ ସେଠୀ ନାମକ ନାବାଳକ ଛାତ୍ରକୁ ନାବାଳିକାକୁ ହତ୍ୟା କରିବା ପରେ ଦୁଷ୍କର୍ମ କରିବା ସନ୍ଦେହ କରି ଗିରଫ କରିଛି। ଜେରା ବେଳେ ଏସଆଇଟିକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଥିଲା ।

ମୃତ ନାବାଳିକାର ପୋଷାକରେ ଲାଗିଥିବା ସିମେନ ସରୋଜର ରକ୍ତ ଓ ସିମେନ ସହ ମେଳ ହୋଇପାରି ନଥିବା ଗତ ୧୪ ତାରିଖ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅନ୍ୟପଟେ ନାବାଳିକାଙ୍କ ମାଆ ଦେଇଥିବା ଏଫଆଇଆରରେ ଯେଉଁ ବ୍ୟକ୍ତିମାନଙ୍କୁ ସନ୍ଦେହ କରି ପୁଲିସ ଓ ଏସଆଇଟିକୁ ଅଭିଯୋଗ କରିଛନ୍ତି ।

ହାଇକୋର୍ଟରେ ଆଉ ଏକ ମିସକେସ ଦାୟର

ଏହାସହ ସେହି ବ୍ୟକ୍ତିମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ନାବାଳିକାର ପ୍ରକୃତ ହତ୍ୟାକାରୀକୁ ଲୋକଲୋଚନକୁ ଆଣିବା ଓ ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ପାଇଁ ପୁର୍ନବାର ସିବିଆଇ ତଦନ୍ତ କରିବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details