ଓଡିଶା

odisha

ଗଛତଳେ ପଡିଥିବା କର୍କଟ ରୋଗୀଙ୍କୁ ଭେଟିଲା BJP, କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଟାର୍ଗେଟ

By

Published : Apr 30, 2022, 9:08 PM IST

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗସ୍ତ କଲା ବିଜେପି । ଗଛ ତଳେ ବାରଣ୍ଡାରେ ପଡିଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲା ଟିମ । ତେବେ ଏପରି ଅବସ୍ଥା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କହିଛି ବିଜେପି । ତେବେ ଏହି ଦିଗରେ କେବେ ନିଆଯିବ ସଠିକ କାର୍ଯ୍ୟାନୁଷ୍ଠାନ ତାହାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ଦେଖନ୍ତୁ ଏହି ରିପୋର୍ଟ

ଗଛତଳେ ପଡିଥିବା କର୍କଟ ରୋଗୀଙ୍କୁ ଭେଟିଲା BJP, କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଟାର୍ଗେଟ
ଗଛତଳେ ପଡିଥିବା କର୍କଟ ରୋଗୀଙ୍କୁ ଭେଟିଲା BJP, କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଟାର୍ଗେଟ

କଟକ:ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗସ୍ତ କଲା ବିଜେପି । ଗଛ ତଳେ, ବାରଣ୍ଡାରେ ପଡିଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲା ଟିମ । ତେବେ ଏପରି ଅବସ୍ଥା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କହିଛି ବିଜେପି । ସରକର ମନ୍ଦିରର ବିକାଶ କରିବାକୁ ଯାଇ ଚିକିତ୍ସା ଦିଗକୁ ଅଣଦେଖା କରିଛନ୍ତି । SCBକୁ ଏମ୍ସ ପ୍ଲସ ରୂପ ଦେବା ପାଇଁ ସମସ୍ତ ଯୋଜନା ଜାରି ରହିଥିଲା ବେଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀ ଗଛ ତଳେ ପଡିବା ସରକାରଙ୍କ ଅସଲ ସ୍ୱପ୍ନକୁ ପଦାରେ ପକାଇଛି । ତେବେ ଏହି ଦିଗରେ କେବେ ନିଆଯିବ ସଠିକ କାର୍ଯ୍ୟାନୁଷ୍ଠାନ ତାହାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି ।

ଗଛତଳେ ପଡିଥିବା କର୍କଟ ରୋଗୀଙ୍କୁ ଭେଟିଲା BJP, କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଟାର୍ଗେଟ

ଟାଣୁଆ ଖରାରେ ଗଛ ମୂଳେ ପଡ଼ି ରହିଛନ୍ତି କର୍କଟ ରୋଗୀ । କିଏ ମେଡ଼ିକାଲ ବାରଣ୍ଡାରେ ତ ଆଉ କିଏ ଚଟାଣରେ ପଡି ରହିଛି । ଓଡ଼ିଶାର ଏକମାତ୍ର ସରକାରୀ କର୍କଟ କେନ୍ଦ୍ର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଏଭଳି ନଗ୍ନ ଚିତ୍ର ସାମନାକୁ ଆସିବା ପରେ ଏହାକୁ ନେଇ ଏବେ ସରକାର ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି । ଏହା ଓଡ଼ିଶାର ଏକମାତ୍ର ସରକାରୀ କର୍କଟ କେନ୍ଦ୍ର ରହିଥିବା ବେଳେ କାହିଁକି ରୋଗୀ ମାନଙ୍କୁ ଏପରି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ପ୍ରଶ୍ନ କରିଛି ଦଳ । ଏହାର ଅବ୍ୟବସ୍ଥା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମଧ୍ୟ ସରକାରଙ୍କ ତରଫରୁ କିଛି ଠୋସ ପଦକ୍ଷେପ ନିଆଯାଇ ନାହିଁ । ଏପର୍ଯ୍ୟନ୍ତ ମଧ୍ୟ ରୋଗୀ ବାରଣ୍ଡାରେ ବସିଥିବା ବେଳେ କିଏ ଗଛ ତଳେ ବସିଛନ୍ତି ।

ଏହା ବି ପଢନ୍ତୁ- ମିଳୁନି ହସ୍ପିଟାଲ ବେଡ: ମୁଣ୍ଡ ଉପରେ ଡହଡହ ଖରା, ଗଛ ତଳେ କର୍କଟ ରୋଗୀ, ଚିକିତ୍ସା କଥା ପଚାରେ କିଏ !

କେବଳ ଏତିକି ନୁହେଁ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନଥିବା ବେଳେ ଏହି ଟାଣୁଆ ଖରାରେ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ହସ୍ପିଟାଲରେ ବେଡର ଘୋର ଅଭାବ ରହିଥିବା ବେଳେ ରୋଗୀଙ୍କୁ ସଠିକ୍ ଭାବେ ମାଗଣା ଔଷଧ ମଧ୍ୟ ମିଳୁନାହିଁ। ଖାଲି ଏତିକି ନୁହେଁ ଏହି ମେଡ଼ିକାଲରେ ଦଲାଲ ରାଜ ମଧ୍ୟ ଜୋରଦାର ବଢ଼ି ଚାଲିଛି। ଏହି ସମସ୍ୟାର ସମାଧାନ ପାଇଁ କଟକ ନଗର ବିଜେପିର ଏକ ପ୍ରତିନିଧି ଦଳ ପକ୍ଷରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ଦିଆଯାଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। ଅନ୍ୟପଟେ ରୋଗୀଙ୍କ ସଂଖ୍ୟା ଅନୁଯାୟୀ ହସ୍ପିଟାଲରେ ବେଡ ସଂଖ୍ୟା କମ ଅଛି ବୋଲି ନିଜେ ନିର୍ଦ୍ଦେଶକ ସ୍ବୀକାର କରିଛନ୍ତି ।

ପ୍ରତିଦିନ ଏଠି ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ସମୁଦାୟ ୨୮୧ ଟି ବେଡ ରହିଥିବା ବେଳେ ୨୦ଟି ଆଇସିୟୁ ରହିଛି । ଏହା ବ୍ୟତୀତ ଧର୍ମଶାଳାରେ ୧୨୦ଟି ବେଡ ରହିଛି । ତେବେ ଆସନ୍ତା ମେ ଶେଷ ସୁଦ୍ଧା ଆହୁରି ୨୦୦ ବେଡ ବୃଦ୍ଧି କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ନୂତନ ଭାବେ ନିର୍ମାଣ ହେଉଥିବା ବିଲ୍ଡିଂ କାର୍ଯ୍ୟ ଶେଷ ହେବା ପରେ ବେଡ ସଂଖ୍ୟା ପାଖାପାଖି ୫୦୦ ହେବା ପରେ ଏ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି । ସେପଟେ ଖବର ପ୍ରସାରଣ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏବେ ଚେତା ପଶିଛି । ଗଛ ତଳେ ଓ ବାରଣ୍ଡାରେ ରହୁଥିବା ରୋଗୀଙ୍କ ପାଇଁ ଅସ୍ଥାୟୀ ସିଲ୍ଡ ନିର୍ମାଣ କରାଯାଉଛି । ହସ୍ପିଟାଲକୁ ଏମ୍ସ ପ୍ଲସ କରିବା ପାଇଁ ରାଜ୍ୟ ସରକାର ଡିଡିମ ପିଟୁଥିବା ବେଳେ ସାମନାକୁ ଆସୁଥିବା ଏଭଳି ଚିତ୍ର ସରକାରଙ୍କ ଫମ୍ପା ଘୋଷଣର ପୋଲ ଖୋଲି ଦେଇଛି ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

TAGGED:

ABOUT THE AUTHOR

...view details