ETV Bharat / state

ମିଳୁନି ହସ୍ପିଟାଲ ବେଡ: ମୁଣ୍ଡ ଉପରେ ଡହଡହ ଖରା, ଗଛ ତଳେ କର୍କଟ ରୋଗୀ, ଚିକିତ୍ସା କଥା ପଚାରେ କିଏ !

author img

By

Published : Apr 29, 2022, 8:19 PM IST

ଆଃ କି କରୁଣ ଦୃଶ୍ୟ ! ଅସହ୍ୟ ଗରମରେ ଗଛ ତଳେ ବିତୁଛି ରୋଗୀଙ୍କ ଜୀବନ । ଦିନରେ ପ୍ରବଳ ତାତି ସାଙ୍ଗକୁ ରାତିରେ ମଶାବଣରେ ପଡିଛନ୍ତି ଅନେକ ଅସହାୟ ରୋଗୀ । କଟକ ଜିଲ୍ଲାରେ ଥିବା ଆଚାର୍ଯ୍ୟ ହରିହରର କର୍କଟ କେନ୍ଦ୍ରରେ ଚିକିତ୍ସା କ୍ଷେତ୍ରରେ ଏଭଳି ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ରିପୋର୍ଟ

ହସ୍ପିଟାଲ ବେଡ ପରିବର୍ତ୍ତେ ଗଛ ତଳେ କର୍କଟ ରୋଗୀ, ଚିକିତ୍ସା ଦିଗକୁ ନେଇ ଉଠିଲା ପ୍ରଶ୍ନ
ହସ୍ପିଟାଲ ବେଡ ପରିବର୍ତ୍ତେ ଗଛ ତଳେ କର୍କଟ ରୋଗୀ, ଚିକିତ୍ସା ଦିଗକୁ ନେଇ ଉଠିଲା ପ୍ରଶ୍ନ

କଟକ: କି ବିଚିତ୍ର ବ୍ୟବସ୍ଥା । ଆଖିରେ ଦେଖିଲେ ସହି ହେବନି ! ଦେହରେ କ୍ୟାନସର ବୋହି ରାତି ପାହିଲେ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରୁ ଆସିଥାନ୍ତି ଅନେକ ରୋଗୀ । ଉତ୍ତମ ଚିକିତ୍ସା, ବିଶିଷ୍ଟ ଡାକ୍ତରଙ୍କ ପାଖରେ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ଚିକିତ୍ସା କେନ୍ଦ୍ରକୁ ଛୁଟିଥାନ୍ତି କର୍କଟ ରୋଗୀ । କିନ୍ତୁ ଚିକିତ୍ସା ପାଇଁ ଆସିବା ପରେ ନିଜର ନାମ ପଞ୍ଜୀକରଣ କରିବା ପରର ସ୍ଥିତି ଆପଣଙ୍କ ସାମ୍ନାରେ । ଗଛ ତଳେ ରୋଗୀଙ୍କ ଜୀବନ ଵିତୁଥିବା ବେଳେ ଗୁରୁତ୍ବାରୋପ କରୁନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ହସ୍ପିଟାଲ ବେଡ ପରିବର୍ତ୍ତେ ଗଛ ତଳେ କର୍କଟ ରୋଗୀ, ଚିକିତ୍ସା ଦିଗକୁ ନେଇ ଉଠିଲା ପ୍ରଶ୍ନ


କିଛି ଲୋକଙ୍କ ପାଇଁ ବେଡ଼ ମିଳିଥିବା ବେଳେ ଅନେକ ରୋଗୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ପରିସର ଭିତରେ ଥିବା ଗଛ ତଳେ ନ ହେଲେ ଖୋଲା ବାରଣ୍ଡାରେ ପଡି ରହିଛନ୍ତି । ଯେଉଁଭଳି ଭାବେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମନୁଷ୍ୟ ଜାତି ପାଇଁ ବଞ୍ଚିବା ପାଇଁ କଷ୍ଟକର ହୋଇପଡିଛି । ଏହି ସମୟରେ ରୋଗୀ ମାନଙ୍କ ପ୍ରତି ଅବହେଳା ନିଶ୍ଚିତ ଭାବେ ଚିନ୍ତା ସୃଷ୍ଟି କରିଛି । ଦୀର୍ଘ ଦିନ ହେବ ନିଜ ଜୀବନ ସହ ସଂଘର୍ଷ ଜାରି ରଖିଛନ୍ତି ରୋଗୀ । ହେଲେ ମେଡିକାଲଙ୍କ ଚରମ ଅବହେଳା ପାଇଁ ଜୀବନ ଦୁର୍ବିଶହ ହୋଇପଡିଛି ।


ଟିକେ ଉତ୍ତମ ଚିକିତ୍ସା ପାଇଁ ହସ୍ପିଟାଲ ଛାଡି ଯାଉ ନାହାନ୍ତି । ସରକାରଙ୍କ ପକ୍ଷରୁ ମେଡିକାଲରେ ସବୁ ପ୍ରକାର ବ୍ୟବସ୍ଥା ଦିଆଯିବାର ନାରା ଦିଆଯାଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଆଜି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ । ଗୋଟିଏ ପଟେ ରୋଗୀ ଗଛ ତଳେ ବସି ରହିଥିଲା ବେଳେ ତେବେ ଏହି ଦିଗରେ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.