କଟକ: ବାଲିଯାତ୍ରାକୁ ନେଇ ଥମୁନି ବିବାଦ । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ତ ଅନ୍ୟପଟେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ଉଭୟ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ତେବେ ଏହାରି ଭିତରେ ପ୍ଲଟ ବିକ୍ରି ପାଇଁ ବୁଧବାରଠୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ପ୍ରଥମରୁ ବିଡିଂ ସମୟରେ ହଟଗୋଳ ଦେଖାଦେଇଥିଲା । ଯାହାକୁ ନେଇ ମୁହଁ ଖୋଲିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ଜିଲ୍ଲାପାଳ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ବାଲିଯାତ୍ରାର ଇତିହାସକୁ କୁଠାରଘାତ କରୁଛି । ଗୋଟିଏ ଗୋଟିଏ ପ୍ଲଟ ପାଇଁ ଏକାଧିକ ଆଶାୟୀ ଥିବା ଯୋଗୁଁ ଏଭଳି ଅସନ୍ତୋଷ ଦେଖିବାକୁ ମିଳିଛି ।
ପ୍ରଥମ କଥା ହେଲା ଯଦି ବାଲିଯାତ୍ରା ମଧ୍ୟରେ ନିଲାମ ପ୍ରକ୍ରିୟାକୁ ସାମିଲ କରାଯାଇଛି ତାହା କେଉଁ ଉଦ୍ଦେଶ୍ୟରେ କରଯାଇଛି ତାହା ସମସ୍ତଙ୍କୁ ଜଣା । କାରଣ ବାଲିଘାଟ, ମଦ ଦୋକାନ ନିଲାମ ଭଳି ବାଲିଯାତ୍ରାକୁ ମଧ୍ୟ ନିଲାମ କରୁଛନ୍ତି ପ୍ରଶାସନ । ଯାହା ସମ୍ପୂର୍ଣ୍ଣ ଦୁଃଖ ଦାୟକ । ତେବେ ବର୍ତ୍ତମାନ ସମୟରେ ଯଦି ପ୍ଲଟ ଦର ନକମେ ଓ ନିଲାମି ପ୍ରକ୍ରିୟା ଉଚ୍ଛେଦ ନହୁଏ ତେବେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ସବୁ ଦିନ ପାଇଁ ବାଲିଯାତ୍ରାକୁ ବର୍ଜନ କରିବ ।
ଐତିହାସିକ ବାଲିଯାତ୍ରାକୁ ନେଇ ତେଜୁଛି ବିବାଦ । ପ୍ଲଟ ନିଲାମ ପକ୍ରିୟାକୁ କଡା ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ପୂର୍ବ ପରି ପ୍ଲଟ ଆବଣ୍ଟନ କରିବାକୁ ମିଳିତ ମଞ୍ଚ ଦାବି କରିଛି । ନିଷ୍ପତ୍ତିର ପୁନର୍ବିଚାର ନକଲେ ଆଗକୁ କଡ଼ା ବିରୋଧ ହେବ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଛି । କଟକର ଐତିହାସିକ ବାଲିଯାତ୍ରା ପାଇଁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ି ଚାଲିଛି । ଯଦିଓ ଏବେ ମେଳା ପାଇଁ ପ୍ରଶାସନ ପକ୍ଷରୁ ଷ୍ଟଲ ବୁକିଙ୍ଗ ପ୍ରକ୍ରିୟା ଚାଲିଛି ।